Latest Odisha News

BREAKING NEWS

ଛତିଶଗଡ଼ ଅବୁଝମାରରେ ଏନ୍‌କାଉଣ୍ଟ; ୮ ମାଓବାଦୀ ମୃତ, ଜଣେ ସୁରକ୍ଷାକର୍ମୀ ସହିଦ ଓ ୨ ଯବାନ ଆହତ

ଦନ୍ତେୱାଡ଼ା: ମାଓବାଦୀଙ୍କ ବିରୋଧରେ ଯବାନଙ୍କ ବଡ଼ ପଦକ୍ଷେପ। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦନ୍ତେୱାଡାରେ ଏନ୍‌କାଉଣ୍ଟର। ଛତିଶଗଡ଼ ଅବୁଝମାରରେ ଏନ୍‌କାଉଣ୍ଟରରେ ଟଳିଲେ ୮ ମାଓବାଦୀ। ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ବେଳେ ନକ୍ସଲ ନିପାତ ହୋଇଥିବା ସୂଚନା ରହିଛି। ଘଟଣାରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଦାନ୍ତେୱାଡା ଜିଲ୍ଲା ନାରାୟଣପୁର ଅବୁଝମାରରେ ଯବାନଙ୍କ ଗୁଳିରେ ୮ ଜଣ ନକ୍ସଲ ନିହତ ହୋଇଛନ୍ତି। ଡିଆରଜି ଏସଟିଏଫ ଓ ଆଇଟିବିପି ଯବାନଙ୍କ ମିଳିତ ଅପରେଶନରେ ଏହି ମାଓବାଦୀ ନିହତ ହୋଇଛନ୍ତି। ଦୁଇ ଦିନ ହେଲା ଜାରି ରହିଛି ଗୁଳି ବିନିମୟ। ଏହି ଘଟଣାରେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି। ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।

Leave A Reply

Your email address will not be published.