Latest Odisha News

BREAKING NEWS

ଆଇରନ ବଟିକା ଖାଇ ୮ ଛାତ୍ରଛାତ୍ରୀ ଗୁରୁତର

ମୟୂରଭଞ୍ଜ: ବିଦ୍ୟାଳୟରେ ଦିଆଯାଇଥିଲା ଆଇରନ ବଟିକା। ଏହି ଆଇରନ ବଟିକା ଖାଇ ବିଦ୍ୟାଳୟର ୮ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସାରବସା ପ୍ରାଥମିକ ବିଦ୍ୟାଳୟରେ।

ସୂଚନା ଅନୁସାରେ ବିଦ୍ୟାଳୟରେ ସୋମବାର ଦିନ ଛାତ୍ରଛାତ୍ରୀମାନଙ୍କୁ ଆଇରନ ବଟିକା ଖାଇବାକୁ ଦିଆଯାଇଥିଲା। ଆଜି ସ୍ୱାଧୀନତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପହଞ୍ଚିଥିବା ବେଳେ ହଠାତ୍ ୮ ଜଣ ଛାତ୍ରଛାତ୍ରୀଙ୍କୁ ବାନ୍ତି ହେବା ସହିତ ଜ୍ୱର ଆସିଥିଲା। ସେହିଠାରେ ଛାତ୍ରଛାତ୍ରୀମାନେ ଗୁରୁତର ହୋଇ ପଡିଥିବା ବେଳେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି।

ହେଲେ ଚିକିତ୍ସା ପରେ ସେମାନଙ୍କ ଅବସ୍ଥାରେ ସୁଧାର ଆସିଥିବା କହିଛନ୍ତି ଡାକ୍ତର। ସେପଟେ ଏହି ୮ ଛାତ୍ରଛାତ୍ରୀଙ୍କୁ ଦୁଇ ଦିନ ଡାକ୍ତରଖାନାରେ ରହି ଚିକିତ୍ସିତ ହେବେ ବୋଲି କହିଛନ୍ତି ଡାକ୍ତର। ଗୁରୁତର ସମସ୍ତ ଛାତ୍ରଛାତ୍ରୀଙ୍କ ବୟସ ୭ ରୁ ୯ ବର୍ଷ ମଧ୍ୟରେ ହୋଇଥିବା ଜଣାଯାଇଛି।

Leave A Reply

Your email address will not be published.