Latest Odisha News

BREAKING NEWS

ପତାକା ଉତ୍ତୋଳନ କରି ଟଳି ପଡିଲେ ପ୍ରଧାନ ଶିକ୍ଷକ

ପୁରୀ: ସାରା ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରୁ ଆସିଛି ଦୁଃଖଦ ଖବର । ପତାକା ଉତ୍ତୋଳନ ବେଳେ ଟଳି ପଡିଲେ ପ୍ରଧାନ ଶିକ୍ଷକ । ଚାଲିଗଲା ଜୀବନ । ଏପରି ହୃଦୟ ବିଦାରକ ଘଟଣା  ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ।

ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରନ୍ତି ପ୍ରଫୁଲ୍ଲ ଚନ୍ଦ୍ର ସାହୁ। ଆଜି ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ପାଇଁ ସମସ୍ତଙ୍କ ପ୍ରସ୍ତୁତି ଶେଷ ହୋଇଥିଲା । ପିଲାଙ୍କ ଗହଣରେ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ଥିଲା ପ୍ରଧାନ ଶିକ୍ଷକଙ୍କର ।

ଆଜି ସକାଳୁ ସକାଳୁ  ପ୍ରଫୁଲ୍ଲ ସାର ସ୍କୁଲକୁ ଆସିଥିଲେ ।  ପତାକା ଉତ୍ତୋଳନ କରିଥିଲେ।  ସମସ୍ତ କାମ ସରିବା ପରେ ସେ ଘରକୁ ଯିବାକୁ ବାହାରିଥିଲେ । ହେଲେ ହଠାତ୍ ତଳେ  ପଡ଼ିଯାଇଥିଲେ। ଅନ୍ୟଶିକ୍ଷକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ତଥା ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଲହରୀ ଖେଳି ଯାଇଛି ।

Leave A Reply

Your email address will not be published.