ଭଦ୍ରକ: ବାଂଲାଦେଶୀ ସନ୍ଦେହରେ ବାସୁଦେବପୁର ଥାନାରେ ୮ ଜଣ ଅଟକ ଅଛନ୍ତି। ଦୀର୍ଘ ଦିନ ଧରି ଏମାନେ ଫେରି କରିବା ନାଁରେ ବାସୁଦେବପୁର ଅଞ୍ଚଳରେ ରହି ବିଭିନ୍ନ ଗାଁରେ ବୁଲି କପଡ଼ା ବିକ୍ରି କରୁଥିଲେ। ଆଜି ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଚଢ଼ାଉ କରାଯାଇଛି। ବାସୁଦେବପୁର ଅଂଚଳର ଚୌଧୁରୀସାହି ଓ ବାଲିନଗର ସାହିରେ ଏମାନେ ରହୁଥିଲେ।
ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖି ଆଧାର ଓ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛି। ହେଲେ ଏମାନେ ଦୀର୍ଘ ଦିନ ହେଲା ଏଠାରେ ରହି ଆସୁଥିବା ବେଳେ କିଛି ବାଂଲାଦେଶୀ ଆଧାର କାର୍ଡ ତିଆରି କରିଦେଇଛନ୍ତି। ସେମାନଙ୍କୁ ଯାଞ୍ଚ କରିବା ପାଇଁ ପୋଲିସ ପାଇଁ ଅସୁବିଧା ହେଉଛି।
ଜିଲ୍ଲାରେ ଏ ପର୍ଯ୍ୟନ୍ତ ୩୩୮ ଜଣଙ୍କୁ ବାଂଲାଦେଶ ସନ୍ଦେହରେ ପୋଲିସ ଯାଞ୍ଚ କରିଥିବା ବେଳେ ଗତକାଲି ଏହି ୮ ଜଣଙ୍କୁ ମିଶାଇ ପୋଲିସ ୩୪୬ ଜଣଙ୍କୁ ଯାଞ୍ଚ କରିଛି। ସେମାନଙ୍କ ମଧ୍ୟରୁ କିଛି ପଳେଇ ଯାଇଛନ୍ତି। ଅନ୍ୟମାନଙ୍କୁ ପୋଲିସ ସେମାନଙ୍କ କାଗଜ ପତ୍ର ରଖି ଛାଡି ଦେଇଥିବା ବେଳେ ଦରକାର ପଡିଲେ ଥାନାରେ ହାଜର ହେବା ପାଇଁ ପୋଲିସ ସେମାନଙ୍କୁ କହିଥିବା ସୂଚନା ମିଳିଛି।
Comments are closed.