Latest Odisha News

BREAKING NEWS

ରୋଗ ଶଯ୍ୟାରେ ଭେଣ୍ଡିଆ ପୁଅ, ସେବା କରୁଛନ୍ତି ୮୦ ବର୍ଷୀୟ ମାଆ

ନୟାଗଡ : ପୁଅର ସେଵା କରୁଛନ୍ତି ୮୦ ବର୍ଷୀୟ ବୃଦ୍ଧା ମା । ଯେଉଁ ବୟସରେ ବୃଦ୍ଧା ମା , ବାପାଙ୍କୁ, ପୁଅ ସେଵା କରିବା କଥା କିନ୍ତୁ ପୁଅକୁ ସେଵା କରୁଛନ୍ତି ୮୦ ବର୍ଷର ବୃଦ୍ଧା ମା ଗୌରୀ କର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧିନସ୍ଥ ସାନଖଜୁରିଆ ଗାଁ ର ଅନ୍ତର୍ଯ୍ୟାମୀ କରଙ୍କ କ୍ଷେତ୍ରରେ। ଗରିବ ବ୍ରାହ୍ମଣ ପରିବାରରେ ଜନ୍ମିତ ଅନ୍ତର୍ଯ୍ୟାମୀ କରଙ୍କର ବାପା ନାରାୟଣ କର ଆରପାରିକୁ ଚାଲିଯାଇଛନ୍ତି।

ଅନ୍ତର୍ଯ୍ୟାମୀ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ବ ସ୍ପାଇନାଲ କର୍ଡ ଇଂଜୁରୀ ଦ୍ବାରା ଅକର୍ମଣ୍ୟ ହୋଇ ଶଯ୍ୟାଶାୟୀ ହୋଇ ପଡି ରହିଛନ୍ତି।ଅର୍ଥର ଅଭାଵ ଯୋଗୁ ଚିକିତ୍ସା ପାଇଁ ଯାଇପାରୁନାହାନ୍ତି ଅନ୍ତର୍ଯ୍ୟାମୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଣ୍ଠି କିମ୍ବା ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଯ୍ୟାମୀଙ୍କ ପାଇଁ ଉପହାସ ପାଲଟିଛି। ଯଦି ସରକାରଙ୍କ ପକ୍ଷରୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାନ୍ତା ତେବେ ରୋଗରେ ପଡିଥିବା ଅନ୍ତର୍ଯ୍ୟାମୀ ଭଲହୋଇଯାନ୍ତେ ବୋଲି କାନ୍ଦିକାନ୍ଦି କହିଛନ୍ତି ତାଙ୍କ ଭାଉଜ, ବିଷ୍ଣୁ ପ୍ରିୟାକର…।

ସରକାରଙ୍କ ପକ୍ଷରୁ ତାଙ୍କୁ ମାତ୍ର ୫୦୦ ଟଙ୍କା  ଭତ୍ତା ମିଳୁଛି । କିନ୍ତୁ ଭଙ୍ଗା ଚାଳଘର ଭିତରେ ରହି ଅନ୍ତର୍ଯ୍ୟାମୀ ଓ ମା ଗୌରୀ କରଙ୍କ ଦିନ କଟୁଥିବା ବେଳେ ଆବାସ ଘରଟିଏ ମଧ୍ୟ ମିଳି ନାହିଁ। । ଏନେଇ ଅନ୍ତର୍ଯ୍ୟାମୀ ନିଜର ଉପଯୁକ୍ତ ଚିକିତ୍ସା ପାଇଁ ଆକୁଳ ନିବେଦନ କରି ସରକାରଙ୍କୁ ମାଗୁଛନ୍ତି ସହାୟତା  ।

 

Comments are closed.