Latest Odisha News

BREAKING NEWS

Browsing Tag

Help

ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗଙ୍କ ପରିବାର, ଗୁହାରି ଶୁଣୁନି ପ୍ରଶାସନ

ଉଦୟଗିରି : ନା କିଛି କହି ପାରୁଛି ନା କିଛି ବୁଝିପାରୁଛି  । ଭୋକ ଲାଗିଲେ ଖାଇବାକୁ ମାଗୁନି ଆଉ ନିଦ ଲାଗିଲେ ଶୋଇବା ପାଇଁ ବି କହୁନି l ଯେଉଁଠି ଯେମିତି ଅବସ୍ଥାରେ ତାକୁ ତା ଘର ଲୋକ ରଖନ୍ତି ସେ ସେମିତି ହିଁ ପଡି ରହୁଛି l ବେଳେ ବେଳେ ସେ ନିଜେ ଏକୁଟିଆ ବସି ଗୁଣୁ ଗୁଣୁ ହେଉଛି ତ ଆଉ…

ଅସହାୟ ବୃଦ୍ଧାଙ୍କ ଦୁଃଖ ଶୁଣୁନି ପ୍ରଶାସନ; ଭଙ୍ଗା ଛପର କୁଡ଼ିଆରେ କଟୁଛି ଜୀବନ

ଜଗତସିଂହପୁର: ଏ ମୁହଁକୁ ଦେଖିଲେ ଯେମିତି ଦୁଃଖର ପାହାଡ଼ରୁ ଲୁହର ଝରଣା ବହି ଯାଉଥିବା ପରି ଲାଗୁଛି । ବୟସର ଅପରାହ୍ନରେ ଦୁଃଖ ଯନ୍ତ୍ରଣା ଦାଉରେ ଲୁହକୁ ଅଟକେଇବାକୁ ସତେ ଯେମିତି ଅସମର୍ଥ ପାଲଟି ଯାଇଛି ଆଖି । ବୟସ ଛୁଇଁଲାଣି ୭୨ । ନିଜର ବୋଲି କେହି ନାହାଁନ୍ତି । ଦୁଇ ବର୍ଷ ତଳେ…

ବୃଦ୍ଧା ବୟସରେ ମୂଲ ଲାଗି ଚଳୁଛନ୍ତି ଚେନିଆ, ପ୍ରଶାସନର ସହାୟତାକୁ କରିଛନ୍ତି ଅପେକ୍ଷା

କେନ୍ଦ୍ରାପଡ଼ା : କଥାରେ ଅଛି ଦୁଃଖ ଯେତେବେଳେ ଆସେ ଚାରି ଦିଗରୁ ମାଡି ବସେ । ଆଉ ଜୀବନର ବୟସ ଅପେକ୍ଷା ଦୁଃଖର ବୟସ ଅଧିକ ହୋଇଥାଏ । ବୟସର ଅପରାହ୍ନରେ ଦୁଃଖର ବୋଝ ଲଦି ହୋଇ ଯାଇଛି ଏହି ବୃଦ୍ଧାଙ୍କ ଉପରେ । ଭାଗ୍ୟ ଦାଉ ସାଧିଲା ପରେ ଦୁଃଖର  ବୋଝକୁ ମୁଣ୍ଡରେ ମୁଣ୍ଡେଇ ବାଟ ଚାଲୁଛନ୍ତି…

ଗୋଟିଏ ଦୁର୍ଘଟଣା ବଦଳାଇଦେଲା ମହାଦେବଙ୍କ ଜୀବନର ଗତିପଥ,ସଂସାର ଚଳିବ କେମିତି?

ନବରଙ୍ଗପୁର : ଗୋଟିଏ ଦୁର୍ଘଟଣା ବଦଳାଇଦେଲା ସବୁକିଛି । ଆଉ ଉଜାଡ଼ି ଦେଲା ଗୋଟିଏ ହସଖୁସିର ସଂସାର । ସ୍ତ୍ରୀ ଛାଡି ଚାଲିଗଲା ଆରପାରିକୁ, ପୁଅ,ଝିଅ ଅଧାରୁ ପାଠ ଛାଡିଲେ, ବିକଳାଙ୍ଗ ହୋଇଗଲେ ମହାଦେବ, ଆଉ କଷ୍ଟ ହୋଇଯାଇଛି ଘର ଚଳିବା, ସମ୍ପର୍କୀୟ ଓ ପଡ଼ୋଶୀ ଦୟାକଲେ ପେଟ ଚାଖଣ୍ଡକୁ ମିଳୁଛି…

ବିଛଣାରେ ଗୋବିନ୍ଦ; ଯୌବନରେ ବି ଚାଲିବାକୁ ଅକ୍ଷମ

କାମାକ୍ଷାନଗର : ଖଟରେ ଶୋଇରହିଛି ୨୦ ବର୍ଷର ଭେଣ୍ଡିଆ ପୁଅ  । ଜୀବନ ସହ ଚାଲିଛି ସଂଘର୍ଷ । ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାର ଯୁଇରେ ଜଳୁଛନ୍ତି ଗୋବିନ୍ଦ  । ଯେଉଁ ବୟସରେ ସେ ବାପା ମାଙ୍କ ସାହାରା ସାଜିଥାନ୍ତେ ସେହି ବୟସରେ ବାପା ମା ଉପରେ ପାଲଟିଛନ୍ତି ବୋଝ  । ସତରେ ଭଗବାନଙ୍କର  …

ଚାଲିଲାନି ଗୋଡ଼, ବିଛଣାରେ ପଡ଼ିରହିଛନ୍ତି ୩ ଭଉଣୀ

ନୂଆପଡ଼ା : ବିଛଣାରେ ପରିବାରର ଖୁସି  । ଶଯ୍ୟାଶାୟୀ ତିନି ବଢ଼ିଲା ଝିଅ । ହ୍ବିଲ ଚେୟାର ହେଉଛି ତାଙ୍କ ସାହା ଭରସା । ବାପା ମା’ଙ୍କ ଆଶା ଥିଲା ଭବିଷ୍ୟତରେ ୩ ଝିଅ ସାହାରା ହୋଇ ସବୁ ଦୁଃଖ ଦୂର କରିଦେବେ  । ହେଲେ ଦଇବ ଦାଉ ସାଜିଲା  । ସୁସ୍ଥ ସବଳ ଥିବା ତିନି ବଢ଼ିଲା ଝିଅ ଯୌବନରେ…

ଅଧା ବାଟରେ ଅନାଥ କରି ଚାଲିଗଲେ ବାପା ମା’, ୪ ପ୍ରାଣୀକୁ ପୋଷୁଛନ୍ତି ଜ୍ୟୋତି

କେନ୍ଦ୍ରାପଡ଼ା : ଜୀବନ ଜିଇଁବାକୁ ଲଢ଼େଇ କରୁଛନ୍ତି ଜ୍ୟୋତି । ଅଧାବାଟରେ ମୁଣ୍ଡରୁ ହାତ କାଢ଼ିନେଇଛନ୍ତି ବାପା-ମା’ । ଜନ୍ମ ଦେଇ ଦୁନିଆକୁ ଆଣିଥିଲେ ସତ ହେଲେ ଜ୍ୟୋତି ମଣିଷ ହେବା ପୂର୍ବରୁ ଛାଡ଼ି ଚାଲିଗଲେ ପରପାରିକୁ । ଆଉ ଘରର ସମସ୍ତ ଦାୟିତ୍ୱ ​‌ଦେଇଗଲେ ଏଇ କୋଡିଏ ବର୍ଷର ଝିଅ ମୁଣ୍ଡରେ…

ଇଟା ଭାଟିରେ ଜଳିଗଲା ପୁଅର ଗୋଡ଼, ଅନ୍ଧୁଣି ମା’କୁ ପୋଷିବ କିଏ ?

କାମାକ୍ଷାନଗର : ଅନ୍ଧୁଣି ମା‘ର ସାହାରା ଥିଲା ୧୪ ବର୍ଷର ପୁଅ। ମା’ ମୁହଁରେ ଆହାର ମୁଠାଏ ଦେବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଛି ପୁଅ । ଇଟା ଭାଟିରେ କାମ କରିବାକୁ ଯାଇଥିଲା ନାବାଳକ ପୁଅ । ମାତ୍ର ସାମାନ୍ୟ ଅସାବଧାନତା ଯୋଗୁଁ ପୁଅର ଦୁଇଟି ଯାକ ଗୋଡ଼ ଜଳିଗଲା । ଗୁରୁତର ଅବସ୍ଥାରେ…

ଅଜଣା ରୋଗରେ ପୀଡ଼ିତ ଘରର ମୁଖ୍ୟ, ଛଅ ପ୍ରାଣୀ କୁଟୁମ୍ବକୁ ପୋଷିବେ କିପରି ?

ତାଳଚେର : ଅଜଣା ରୋଗରେ ରୋଗାକ୍ରାନ୍ତ ହୋଇ ଘରେ ପଡ଼ିରହିଛନ୍ତି ପଦିଆ ମହାପାତ୍ର । ଏପରି ଦୁଃଖଦ ଘଟଣା ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ ତାଳବେଡା ଗାଁରେ ଦେଖିବାକୁ ମିଳିଛି । ପଦିଆ ମହାପାତ୍ର ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ପୋଷନ୍ତି । ହେଲେ ତାଙ୍କର ସେହି ସୁଖ…

ମୁହଁରେ ବଢୁଛି ମାଂସ ପିଣ୍ଡୁଳା କେମିତି ପୋଷିବି ପରିବାର ?

ନବରଙ୍ଗପୁର : ଯୁବତୀଙ୍କ ମୁହଁରେ ବଢୁଛି ମାଂସ ପିଣ୍ଡୁଳା । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଦୂତିକା ଯାନୀ । ପରିବାର ବୋଝ ଉଠାଉଥିବା ବେଳେ ଆଜି ନିଜେ ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି ଦୂତିକା । ରାଜ୍ୟ ବାହାରକୁ ପେଟପୋଷିବାକୁ ଯାଇଥିବାବେଳେ…