ଭୁବନେଶ୍ୱର: ଆଜି ସେରା ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ। ସଜେଇ ହୋଇଛି ମନ୍ଦିର ମାଳିନୀ ସହର ଭୁବନେଶ୍ୱର। କମ୍ପୁଛି ମହାତ୍ମା ଗାନ୍ଧୀ ମାର୍ଗ। ତ୍ରିରଙ୍ଗାରେ ରଙ୍ଗେଇ ହୋଇଛି ପୂରା ଦେଶ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ। ପରେଡରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ। ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ରାଜ୍ୟ ତଥା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ୮୦ ବର୍ଷ ତଳେ ଉପନିବେଶବାଦରୁ ମୁକ୍ତି ପାଇଥିଲୁ। ଉପନିବେଶବାଦରୁ ମୁକ୍ତି ପାଇ ସ୍ବାଧୀନ ଭାରତରେ ନିଶ୍ବାସ ନେଇଥିଲୁ। ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେମାନଙ୍କ ତ୍ୟାଗ, ବଳିଦାନ ପାଇଁ ଦେଶ ସର୍ବଦା ଋଣୀ ରହିବ। ୧୨ ବର୍ଷ ହେଲା ମୋଦିଙ୍କ ନେତୃତ୍ବରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଆସନ୍ତୁ ମିଳିମିଶି ସୁନ୍ଦର ସଶକ୍ତ ଭାରତ ତଥା ସମୃଦ୍ଧ ଓଡ଼ିଶା ଗଢ଼ିବା।
ସେହିପରି ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ମୋଦି। କ୍ରମାଗତ ୧୩ ଥର ପାଇଁ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି। ପ୍ରଥମ ଥର ସ୍ବାଧୀନତା ଦିବସ ସମାରୋହରେ ବନ୍ଦେ ମାତରମ୍ ଗାନ କରାଯିବ। ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ରାଷ୍ଟ୍ରୀୟ ପର୍ବ ବୀର ସୈନିକଙ୍କ ସାହସ, ସଂଘର୍ଷକୁ ସ୍ମରଣ କରାଏ। ମାତୃଭୂମି ପ୍ରତି ସେମାନଙ୍କ ଅତୁଳନୀୟ ସମର୍ପଣକୁ ବି ମନେ ପକାଏ। ଆସନ୍ତୁ ସେମାନଙ୍କ ଆଦର୍ଶକୁ ଆପଣାଇ ବିକଶିତ ଭାରତର ସଂକଳ୍ପ ସାକାର କରିବା।
