ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତଳମୁହାଁ ହେଉଛି କରୋନା । ଗତ କିଛି ଦିନ ହେବ ଲଗାତର ଶହେ ତଳେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ତେବେ କରୋନା ରୋଗୀଙ୍କ ସଂଖ୍ୟା କମିଥିବା ବେଳେ ସ୍ଥାନୀୟ ସଂକ୍ରମଣ କିନ୍ତୁ କମୁନାହିଁ । ଏଠାରେ କ୍ୱାରେଂଟାଇନ୍ ଅପେକ୍ଷା ଲୋକାଲ କଂଟାକ୍ଟ କେସ୍ ଅଧିକ ରହୁଛି । ଗତ ୨୪ ଘଂଟାରେ ରାଜଧାନୀରେ ୮୧ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ କ୍ୱାରେଂଟାଇନ୍ରୁ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୬୨ ରହିଛି । ଏହାସହ ୨୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ସୂଚନା ଦେଇଛି ।
Update on newly detected #COVID19 cases in the last
24 hrs under the BMC area on 31st Oct(till 9am) pic.twitter.com/BSPM11TWXT— BMC (@bmcbbsr) October 31, 2020
ଏହାକୁ ମିଶାଇ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୧୫୩ରେ ପହଂଚିଛି । ସେଥିମଧ୍ୟରୁ ୨୭,୫୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୬୬ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୧୪୨୩ଟି ଆକ୍ଟିଭ କେସ୍ ରହିଛି ।