Latest Odisha News

BREAKING NEWS

ଡି’ଭିଲିୟର୍ସଙ୍କ ମ୍ୟୁଜିକ ଭିଡିଓରେ କୋହଲି ଓ ଚହଲ୍‌ !

ଭୁବନେଶ୍ୱର: ନିଜ ଦେଶ ପାଇଁ କ୍ରିକେଟ୍ ଖେଳିବା ଛାଡିଛନ୍ତି ହେଲେ ଗାଇବା ନୁହେଁ । ନିକଟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏ.ବି ଡି’ଭିଲିୟର୍ସ ନିଜର ଲେଟେଷ୍ଟ ମ୍ୟୁଜିକ ଭିଡିଓ ଆଲବମ୍ ରିଲିଜ କରିଛନ୍ତି । ଏହାର ଟାଇଟଲ ରହିଛି “ଦ ଫ୍ଲେମ୍” । ଗୁରୁବାର ରିଲିଜ୍ ହୋଇଥିବା ଏହି ଭିଡିଓର ଭିୟର୍ସିପ୍ ଅଢେଇ ଲକ୍ଷରୁ ଅଧିକ ରହିଛି ।

Courtesy: YouTube & Karen Zoid

ଆଇପିଏଲ୍ ୨୦୨୦ରେ ସକ୍ରିୟ ଥିବା ଡି’ଭିଲିୟର୍ସ ଗାୟକ ତଥା ଗୀତିକାର କେରେନ୍ ଜୋଏଡ୍‌ଙ୍କ ସହ ମିଳିତ ଭାବେ ଏହି ଗୀତଟିକୁ ପ୍ରସ୍ତୁତ କରିଛନ୍ତି । ଏହି ଭିଡିଓରେ ଏକାଧିକ ଜଣାଶୁଣା କ୍ରିକେଟରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ସାମିଲ ଅଛନ୍ତି ବିରାଟ୍ କୋହଲି, ୟୁଜବେନ୍ଦ୍ର ଚହଲ୍‌, କାଗିସୋ ରବାଡା, ଖ୍ରୀସ୍ ମୋରିସ୍ ଓ ଡେଲ୍ ଷ୍ଟେନ୍‌ଙ୍କ ଭଳି ପୁରୁଖା ଖେଳାଳି ।

Leave A Reply

Your email address will not be published.