Latest Odisha News

କରୋନା ଯୋଦ୍ଧାଙ୍କ ସମେତ ସୁନ୍ଦରଗଡରେ ୮୩ ନୂଆ କରୋନା ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୮୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।

ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨ଟି ସ୍ଥାନୀୟ ମାମଲା, ୧୪ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (ଟିଏମସି), ଅନ୍ୟ ୨ଜଣ ଭୁବନେଶ୍ୱର କୋଭିଡ ହସ୍ପିଟାଲ ଏବଂ ସୁନ୍ଦରଗଡରୁ ୩ ଜଣ କରୋନା ଯୋଦ୍ଧା ଏବଂ ରାଉରକେଲା ବିପିୟୁଟିରୁ ୪ କୋଭିଡ ଯୋଦ୍ଧା ରହିଛନ୍ତି । ଏହାଛଡା ୨୩ ଜଣଙ୍କର ଯାତ୍ରା ଇତିହାସ ରହିଥିବା ବେଳେ ୨୨ଜଣ ଅନ୍ୟ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୫୫୪ କରୋନା ମାମଲା ରହିଥିବା ବେଳେ ୧୮୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ୩୬୮ଟି ସକ୍ରିୟ ମାମଲା ରହିବା ସହ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.