Latest Odisha News

BREAKING NEWS

କରୋନା ସଂକ୍ରମଣରେ ଗଜପତିକୁ କାଟିଲା ସୁନ୍ଦରଗଡ଼

ସୁନ୍ଦରଗଡ଼: ଗଞ୍ଜାମ ପରେ ସୁନ୍ଦରଗଡ଼ ଜିଲ୍ଲା ଜୁଲାଇରେ ଚିନ୍ତା ବଢ଼ାଇଛି । ପାଞ୍ଚ ଶହ ଟିପିଛି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା । ଜୁଲାଇରେ ଲଗାତାର ନୂଆ କେସ୍ ବାହାରିଲାଣି । ଆଜି ଚିହ୍ନଟ ୮୩ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫୬ ଛୁଇଁଛି । ରାଜ୍ୟର କରୋନା ସଂକ୍ରମିତ ଜିଲ୍ଲା ତାଲିକାରେ ଗଜପତିକୁ ପଛକୁ ଠେଲି ପଞ୍ଚମ ସ୍ଥାନକୁ ଉଠିଛି ସୁନ୍ଦରଗଡ଼ ।

ସୁନ୍ଦରଗଡ଼ ପାଇଁ ଜୁଲାଇ ମାସ ଚିନ୍ତା ବଢ଼ାଇଲାଣି । ଗତ ୧ ତାରଖରୁ ଲଗାତାର ପଜିଟିଭ୍ କେସ୍ ବଢୁଛି । ଗତ ୮ ଦିନ ଭିତରେ ଚିହ୍ନଟ ହୋଇଛନ୍ତି ମୋଟ୍ ୩୫୪ ଭୂତାଣୁ ସଂକ୍ରମିତ । ଜିଲ୍ଲାର ମୋଟ୍ ଆକ୍ରାନ୍ତଙ୍କ ୬୮ ପ୍ରତିଶତ କେବଳ ଜୁଲାଇର ଏହି ଆଠ ଦିନରେ ବାହାରିଛନ୍ତି ।
ଏପ୍ରିଲ ୧୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଦିଲ୍ଲୀ ନିଜାମୁଦ୍ଦିନ୍ ଫେରନ୍ତା ସଂକ୍ରମିତ ହୋଇଥିଲେ । ତାପରଠୁ ଜୁନ୍ ମାସ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୨୦୦ । ଜୁଲାଇରେ ବଢ଼ି ବଢ଼ି ଚାଲିଛି । କିଛି କରୋନା ଯୋଦ୍ଧା ବି ପଜିଟିଭ୍ ବାହାରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୫୫୪ ଜଣ । ଜିଲ୍ଲାରେ ଆକ୍ଟିଭ କେସ୍ ରହିଛି ୩୬୮ । ସୁସ୍ଥ ହୋଇ କୋଭିଡ୍ ହସ୍ପିଟାଲରୁ ଫେରିଛନ୍ତି ୧୮୫ ଆକ୍ରାନ୍ତ । ଜଣଙ୍କର ଜୀବନ ନେଇଛି କରୋନା ।

Leave A Reply

Your email address will not be published.