ହରିଦ୍ବାର : ସାରା ଦେଶରେ ଉତ୍ପାତ୍ତ ରଚୁଛି କରୋନା ମହାମାରୀ । ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ, ଲକ୍ଷାଧିକ ଲୋକ ସଂକ୍ରମିତ ହେଲେଣି । ଏସବୁ ଭିତରେ ଏବେ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠରେ ପପ୍ରବେଶ କରିଛି ଭୂତାଣୁ । ହରିଦ୍ବାରରେ ଥିବା ପତଞ୍ଜଳି ଯୋଗପୀଠରେ ୮୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଚନ୍ତି । ଏମାନେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ପତଞ୍ଜଳି ଯୋଗପୀଠରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ବାବା ରାମେଦବଙ୍କର ମଧ୍ୟ ହୋଇପାରେ ପରୀକ୍ଷା ।
ସୂଚନା ଅନୁସାରେ, ଉତ୍ତରାଖଣ୍ଡରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୯୯୮ ଆକ୍ରାନ୍ତ । ସେହିପରି ୧୯ ଜଣଙ୍କ ଜୀବନ ନେଇଛି ମହାମାରୀ । ଏବେ ପତଞ୍ଜଳି ଯୋଗପୀଠରେ ୮୩ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଏଠାରେ ଥିବା ଅନ୍ୟମାନଙ୍କର କୋଭିଡ୍ ଟେଷ୍ଟ କରାଯିବ ।
Comments are closed.