Latest Odisha News

BREAKING NEWS

ଚିନ୍ତା ବଢ଼ାଇଲା କରୋନାର ତ୍ରିପଲ୍ ମ୍ୟୁଟାଣ୍ଟ, ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍

ଭୁବନେଶ୍ୱର: ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାରେ ପୂର୍ବରୁ କୋଭିଡ୍ ସଂକ୍ରମଣ ବଢ଼ୁଥିଲା । ଏବେ ପଶ୍ଚିମବଙ୍ଗରେ ମିଳିଥିବା କୋଭିଡର ତ୍ରିପଲ୍ ମ୍ୟୁଟାଣ୍ଟ ଭୂତାଣୁ ବେଶ୍ ଭୟଙ୍କର ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ ଦିନ ଲାଗି କ୍ୱାରେଣ୍ଟାଇନ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଏନେଇ ପଶ୍ଚିମବଙ୍ଗକୁ ଲାଗି ରହିଥିବା ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଶ୍ଚିମବଙ୍ଗର ସମସ୍ତ ସୀମାନ୍ତ ରାସ୍ତାରେ ଯାଞ୍ଚ ହେବ । ୪୮ ଘଣ୍ଟା ପୂର୍ବର ଆରଟି-ପିସିଆର୍ ନେଗେଟିଭ୍ ଓ କରୋନା ଟିକାର ଦ୍ୱିତୀୟ ଡୋଜର ପ୍ରମାଣପତ୍ର ନଥିଲେ ସେମାନଙ୍କୁ କ୍ଲଷ୍ଟର ଟିଏମସିରେ ୧୪ ଦିନ ଲାଗି ରଖାଯିବ । ସେମାନଙ୍କୁ ଖାଇବାକୁ ଦିଆଯିବ । ଚାହିଁଲେ ପେଡ୍ କ୍ୱାରେଣ୍ଟାଇନରେ ରହିପାରିବେ କିନ୍ତୁ ହୋମ୍ କ୍ୱାରେଣ୍ଟାଇନ୍ ଅନୁମତି ଦିଆଯିବ ନାହିଁ । ଏଥିସହ ବିମାନରେ ଭୁବନେଶ୍ୱର ଓ ଝାରସୁଗୁଡ଼ା ଆସୁଥିବା ଲୋକଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରହିବେ । ୪୮ ଘଣ୍ଟା ପୂର୍ବର ଆରଟି-ପିସିଆର୍ ନେଗେଟିଭ୍ ଓ କରୋନା ଦ୍ୱିତୀୟ ଡୋଜର ପ୍ରମାଣପତ୍ର ଥିଲେ ସେମାନେ ଘରକୁ ଯାଇପାରିବେ ଏବଂ କ୍ୱାରେଣ୍ଟାଇନରେ ରହିବେ ।

ଜନସାଧାରଣ ଏଥିରେ ସହଯୋଗ ଲାଗି ମୁଖ୍ୟ ଶାସନ ସଚିବ ସହଯୋଗ କରିବେ । ଗାଁ ସ୍ତରରୁ ପଶ୍ଚିମବଙ୍ଗକୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରାଯିବ । ଆସନ୍ତାକାଲିଠାରୁ ଏହି ନିଷ୍ପତ୍ତି ଲାଗୁ ହେବ । ସମସ୍ତଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖାଯିବ । ସରପଞ୍ଚ, ୱାର୍ଡ ସଭ୍ୟ ଏନେଇ ଜନସଚେତନତା ସୃଷ୍ଟି କରିବେ । କେହି ପଶ୍ଚିମବଙ୍ଗରୁ ଫେରିଥିଲେ ସ୍ଥାନୀୟ ପ୍ରଶାସନ, ବିଡିଓ କିମ୍ବା ପୋଲିସକୁ ଜଣାଇବାକୁ କୁହାଯାଇଛି ।

Leave A Reply

Your email address will not be published.