Latest Odisha News

BREAKING NEWS

ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା…ଗ୍ୟାସ୍, ଡାଇବେଟିକ୍ ଏବଂ କୋଲଷ୍ଟ୍ରଲ୍ ଭଳି ୮୪ଟି ମେଡିସିନ୍

ନୂଆଦିଲ୍ଲୀ: ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍ । ଆଉ ସବୁଠୁ ରୋଚକ କଥା ହେଉଛି, ଆମେ ଦୈନନ୍ଦୀନ ଜୀବନରେ ବ୍ୟବହାର କରୁଥିବା ଆଣ୍ଟିବାଇଓଟିକ୍ସ, ଗ୍ୟାସ୍ ମେଡିସିନ୍, ଥାଇରଏଡ୍, କୋଲଷ୍ଟ୍ରଲ୍ ଭଲି ଔଷଧ ମଧ୍ୟ ଏହି ତାଲିକାରେ ସାମିଲ ରହିଛି । ଯାହାକୁ ନେଇ ଏବେ ହାଇ ଆଲର୍ଟ ଜାରି କରିଛନ୍ତି କେନ୍ଦ୍ର ସରକାର । ଡାକ୍ତରଙ୍କ ବିନା ପରାମର୍ଶରେ ଏହି ସବୁ ଔଷଧ ଖାଇବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।

ତେବେ ସିଡିଏସସିଓ ପକ୍ଷରୁ ଏହି ଔଷଧ ଗୁଡ଼ିକର ଗୁଣବତ୍ତା ପରୀକ୍ଷା କରାଯାଇଥିବା ବେଳେ ଏଥିରୁ ୮୪ଟି ମେଡିସିନ୍ ନିମ୍ନମାନର ବୋଲି ଜଣାପଡିଛି । ଡିସେମ୍ବର ୨୦୨୪ରେ ଆସିଥିବା ନୂଆ  ରିପୋର୍ଟ ଅନୁଯାୟୀ, ବିଭିନ୍ନ ଫାର୍ମା କମ୍ପାନି ପକ୍ଷରୁ ନିର୍ମିତ ହୋଇଥିବା ୮୪ ଔଷଧ ମାନକ ପରୀକ୍ଷଣରେ ଫେଲ୍ ମାରିଛି । ଏଥିରେ ଆସିଡିଟି,  ଡାଇବେଟିକ୍, ଥାଇରଏଡ୍ ସହ ହାଇ-କୋଲେଷ୍ଟ୍ରଲ୍ ଏବଂ ଜୀବାଣୁ ସଂକ୍ରମଣ ଭଳି ସାମାନ୍ୟ ସ୍ଥିତି ପାଇଁ ନିର୍ଦ୍ଧାରିତ ଥିବା ମେଡିସିନ ସାମିଲ୍ ରହିଛି । ଯାହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଛି ।

ଏନଏସକ୍ୟୁ ଭାବେ ଔଷଧର ନମୂନା ପରୀକ୍ଷା ପାଇଁ ଗୋଟିଏ କିମ୍ବା ଦ୍ବିତୀୟ ନିର୍ଦ୍ଧିଷ୍ଟ ଗୁଣବତା ମାପଦଣ୍ଡ ବିଫଳତା ଆଧାରରେ ଏହି ତଥ୍ୟ ପ୍ରକାଶ କରାଯାଇଥାଏ । କିଛି ଦିନ ପୂର୍ବରୁ ସିଡିଏସସିଓ ଟେଷ୍ଟିଂ ପାଇଁ ନୂଆ ନିର୍ଦ୍ଦେଶମାନା ଜାରି କରିଥିଲା । ଏଥିରେ କୁହାଯାଇଥିଲା, ସମସ୍ତ ଡ୍ରଗ୍ସ ଇନସ୍ପେକ୍ଟର ମାସକୁ ସର୍ବନିମ୍ନ ୧୦ଟି ଔଷଧର ନମୂନା ଏକତ୍ର କରିବେ । ଏହାଛଡ଼ା ଯେଉଁ ଦିନ ନମୂନା ସଂଗ୍ରହ ହେବ ସମାନ ଦିନରେ ସାମ୍ପୂଲ ଲାବରେ ପହଞ୍ଚିବ ।

Comments are closed.