Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ୨୯ଟି ଜିଲ୍ଲା କରୋନା ସଂକ୍ରମିତ ହୋଇଥିବା ବେଳେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮୪ କରୋନା ଆକ୍ରାନ୍ତ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୮୪ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୨୪ ଜଣ ରହିଛନ୍ତି । ସେହିଭଳି ଯାଜପୁରର ୧୮ ଜଣ, ବାଲେଶ୍ୱରର ୧୧ ଜଣ, କଟକର ୭ ଜଣ, ଭଦ୍ରକର ୬ ଜଣ, କେନ୍ଦ୍ରପଡ଼ାର ୫ ଜଣ, ଖୋର୍ଦ୍ଧା ଏବଂ ପୁରୀର ୪ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ ଓ ମୟୂରଭଞ୍ଜର ଦୁଇ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ଼ର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ତେବେ ରାଜ୍ୟରେ ଏବେ ମୋଟ୍ ୭୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ମୋଟ ୭ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଅନ୍ୟପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଥିବା ବେଳେ ୭୭୭ଟି ସକ୍ରିୟ କେସ୍ ରହିଛି ।

Leave A Reply

Your email address will not be published.