Latest Odisha News

ଆତ୍ମହତ୍ୟା ଧମକ ଦେଲେ ଯାତ୍ରା କଳାକାର

ଭୁବନେଶ୍ୱର: ଆତ୍ମହତ୍ୟା ଧମକ ଦେଳେ ଯାତ୍ରା କଳାକାର । ଯାତ୍ରା କଳାକରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ଦାବିରେ ସେମାନେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି । ଓଡ଼ିଶାରେ ଛୋଟବଡ ୬୫ଟି ଯାତ୍ରା ପାର୍ଟି ଅଛି । ଲକଡାଉନ୍ କଟକଣା ଯୋଗୁଁ ଯାତ୍ରା ପାର୍ଟିର ପ୍ରାୟ ୧୦ ହଜାର କଳାକର ନିଜ ଜୀବିକା ହରାଇଛନ୍ତି । ଯଦି ସରକାର ସେମାନଙ୍କ ଦାବି ନଶୁଣିବେ ତେବେ ସବୁ ଜିଲ୍ଲାରେ ଆନ୍ଦୋଳନ କରିବୁ ବୋଲି ସେମାନେ ଧମକ ଦେଇଛନ୍ତି ।

ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତ୍ରା ପରିବେଷଣ ବନ୍ଦ ରହିଥିବା  ହେତୁ  ଯାତ୍ରା କଳାକାରଙ୍କ ଜୀବନଜୀବିକା ବିପନ୍ନ ହୋଇଛନ୍ତି  । କରୋନା ମୁକାବିଲା ପାଇଁ ରାଜ୍ୟରେ ଲକ୍‌ଡାଉନ୍ ଜାରି ହୋଇଥିବା ବେଳେ ଯାତ୍ରା ପରିବେଷଣକୁ ରାଜ୍ୟ ସରକାର ବନ୍ଦ କରିବାରୁ ଯାତ୍ରା ମାଲିକମାନେ ଘୋର୍‌ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ଏଣୁ ଖୁବ୍ ଶୀଘ୍ର ରାଜ୍ୟରେ ଯାତ୍ରା ପରିବେଷଣକୁ ଅନୁମତି ଦେବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ପତ୍ର ଜରିଆରେ ରାଜ୍ୟର ଯାତ୍ରା କଳାକାର ଓ କର୍ମଚାରୀ ସଂଘ ନିଜର ସମସ୍ୟା ଜଣାଇଛି।

Leave A Reply

Your email address will not be published.