Latest Odisha News

BREAKING NEWS

ଢେଙ୍କାନାଳରେ ଅବକାରୀ ବିଭାଗର ଚଢ଼ାଉ, ୮୪୦୦ ଲିଟର ଦେଶୀ ମଦ ଜବତ

ଢେଙ୍କାନାଳ : ଢେଙ୍କାନାଳ କଙ୍କଡାହାଡ ବ୍ଳକରେ ଅବକାରୀ ବିଭାଗର ଚଢ଼ାଉ । ଜବତ ହୋଇଛି ବିପୁଳ ପରିମାଣର ଦେଶୀ ମଦ । ଆଜି ଜିଲ୍ଲା ଅବକାରୀ ବିଭାଗ, କାମାକ୍ଷାନଗର ଅତିରିକ୍ତ ତହସିଲଦାର ଓ କଙ୍କଡାହାଡ଼ ପୋଲିସ ପକ୍ଷରୁ ହୋଇଥିଲା ମିଳିତ ଚଢ଼ାଉ । ଚଢ଼ାଉ ବେଳେ ୮୪୦୦ ଲିଟର ଦେଶୀ ମଦ ସହ ଅନ୍ୟ ସରଞ୍ଜାମ ଓ ୪୦ଟି ପ୍ଲାଷ୍ଟିକ ଡ୍ରମ ଜବତ ହୋଇଛି ।

ସୂଚନା ଅନୁସାରେ, କଙ୍କଡାହାଡ଼ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଦେଶୀ ମଦ ବିକ୍ରି ହେଉଥିଲା । ଖବର ପାଇ ଆଜି ଅବକାରୀ ବିଭାଗ ତରଫରୁ ବିରାଶାଳ, ଭାଲୁଟାଙ୍ଗର ଗାଁରେ ଜୋରଦାର ଚଢ଼ାଉ ହୋଇଥିଲା । ଚଢ଼ାଉ ସମୟରେ ଦେଶୀ ମଦ ବିକ୍ରି କରୁଥିବା ଲୋକ ଫେରାର ହୋଇଯାଇଥିବା ବେଳେ ଦେଶୀ ମଦ ଓ ଅନ୍ୟ ସାମଗ୍ରୀକୁ ଜବତ କରାଯାଇଥିଲା । ବାରମ୍ବାର ଏଠାରେ ବେଆଇନ ଭାବେ ଦେଶୀ ମଦ ବିକ୍ରି ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା । ଏହାକୁ ବନ୍ଦ କରିବାକୁ ଲୋକ ବି ଦାବି କରିଆସୁଥିଲେ । ହେଲେ ଆଜି ହଠାତ ଅବକାରୀ ବିଭାଗ ପକ୍ଷରୁ କଚଢ଼ାଉ ରାଯାଇ ବିପୁଳ ପରିମାଣର ଦେଶୀ ମଦ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି କହିଛି ଅବକାରୀ ବିଭାଗ ।

Leave A Reply

Your email address will not be published.