Latest Odisha News

BREAKING NEWS

ବାଲୁକା କଳାରେ ଖେଳାଳିଙ୍କୁ ଶୁଭେଚ୍ଛା

ପୁରୀ: ବାଲୁକା କଳାରେ ଖେଳାଳିଙ୍କୁ ଶୁଭେଚ୍ଛା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଜାଭଲିନ ଥ୍ରୋ ଖେଳାଳି ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି | ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଆଶା ବ୍ୟକ୍ତ କରିଛନ୍ତି ଖେଳାଳି ନିରଜ ଚୋପ୍ରା ଅଲିମ୍ପିକ୍ ରେ ସ୍ଵର୍ଣ୍ଣ ଜିତି ଇତିହାସ ରଚାନ୍ତୁ | ସାରା ଭାରତବାସୀ ତାଙ୍କ ପ୍ରଦର୍ଶନ ନେଇ ଆଶାବାଦୀ ।

ପ୍ରତି ଭାରତୀୟଙ୍କ ପ୍ରାର୍ଥନା ଏବଂ ସ୍ନେହ ଶ୍ରଦ୍ଧା ନିରଜ ଚୋପ୍ରାଙ୍କୁ ସ୍ଵର୍ଣ୍ଣ ପଦକ ଜିତିବାରେ ସହାୟ ହେଉ । ନିରଜ ଭାରତରେ ନିଜ ଜିତିବାର ଇତିହାସ ରଚନ୍ତୁ | ମାନସ ସାହୁ ତାଙ୍କ ବାଲୁକା କଳାରେ ନିରଜ ଚୋପ୍ରାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି “India waiting for Gold “ର ବାର୍ତ୍ତା ଦେଇଛନ୍ତି |ଏହି ବାଲୁକା କଳା କୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ଘଣ୍ଟା ସମୟ ଲାଗିଥିଲା |

Leave A Reply

Your email address will not be published.