ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୮୪,୩୩୨ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଦୀର୍ଘ ୭୦ ଦିନ ପରେ ସଂକ୍ରମଣ ମାମଲା ଖସିଥିବା ନଜର ଆସିଛି।
ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୩ ଲକ୍ଷ ୫୯ ହଜାର ୧୫୫କୁ ବୃଦ୍ଧି ପାଇଛି।
India reports 84,332 new #COVID19 cases (lowest after 70 days), 1,21,311 patient discharges, & 4,002 deaths in last 24 hours, as per Health Ministry
Total cases: 2,93,59,155
Total discharges: 2,79,11,384
Death toll: 3,67,081
Active cases: 10,80,690Vaccination: 24,96,00,304 pic.twitter.com/Bllu88CdlJ
— ANI (@ANI) June 12, 2021
ଦିନକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୦୨ ରହିଛି। ଏଯାଏଁ ଦେଶରେ ୩ ଲକ୍ଷ ୬୭ ହଜାର ୦୮୧ ଜଣଙ୍କ ଜୀବନ ନେଲାଣି କରୋନା।
ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୧,୨୧,୩୧୧। ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୨ କୋଟି ୭୯ ଲକ୍ଷ ୧୧ ହଜାର ୩୮୪ ଆକ୍ରାନ୍ତ । ସେହିପରି ଆକ୍ଟିଭ୍ କେସ୍ ରହିଛି ୧୦ ଲକ୍ଷ ୮୦ ହଜାର ୬୯୦।
ତେବେ ଏପର୍ୟ୍ୟନ୍ତ ଦେଶରେ ୨୪,୯୬,୦୦,୩୦୪ ଜଣ ଲୋକ କରୋନା ଟିକା ନେଇଛନ୍ତି।
Comments are closed.