Latest Odisha News

BREAKING NEWS

କରୋନାକୁ ପରାସ୍ତ କଲେ ୮୫ ବର୍ଷୀୟ କ୍ୟାନସର ପୀଡିତ ବୃଦ୍ଧ ଓ ତାଙ୍କ ପତ୍ନୀ

କେନ୍ଦ୍ରାପଡା: ସାରା ବିଶ୍ବରେ କରୋନା କହର। ଦିନକୁ ଦିନ ଏହା କାୟା ବିସ୍ତାର କରୁଛି । ପ୍ରତିଦିନ ଗଡୁଛି ମୁଣ୍ଡ । ତେବେ ଏହି ସଙ୍କଟ ମଧ୍ୟରେ କେନ୍ଦ୍ରାପଡ଼ାରୁ ଆସିଛି ଏକ ଖୁସି ଖବର ।

କରୋନାକୁ ପରାସ୍ତ କରିଛନ୍ତି ଜଣେ ୮୫ ବର୍ଷୀୟ କ୍ୟାନସର ପୀଡିତ ବୃଦ୍ଧ ଓ ତାଙ୍କ ୭୮ ବର୍ଷୀୟ ପତ୍ନୀ । ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲାର ୮୫ ବର୍ଷୀୟ ବୃଦ୍ଧ ସୁରେନ୍ଦ୍ର ପତି ଓ ତାଙ୍କ ପତ୍ନୀ ୭୮ ବର୍ଷୀୟ ସାବିତ୍ରୀ ପତି କରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ ସୁରେନ୍ଦ୍ର ପୂର୍ବରୁ କ୍ଯାନ୍ସରରେ ପୀଡିତ ଥିଲେ। ଏହାପରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରେ ପତ୍ନୀ ସାବିତ୍ରୀ ମଧ୍ୟ ପଜିଟିଭି୍ ବାହାରିଲେ । ଉଭୟ କେନ୍ଦ୍ରାପଡା ସ୍ଥିତ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଲେ।

ଅତ୍ଯଧିକ ବୟସ ସାଙ୍ଗକୁ କ୍ଯାନ୍ସର କରୋନା ଯୋଗୁଁ ଚିକିତ୍ସାରେ ବାଧା ଉପୁଜିବାର ଆଶଙ୍କା ଥିଲା । ହେଲେ ହାର ମାନିନଥିଲେ ସୁରେନ୍ଦ୍ର ଓ ସାବିତ୍ରୀ । ନିଜର ଦୃଢ଼ ଆତ୍ମବିଶ୍ବାସ ଯୋଗୁଁ କରୋନା ଭଳି ଭୟଙ୍କର ରୋଗ ବିରୋଧରେ ଏହି ବୟସରେ ବି ବିଜୟ ଲାଭ କରିଛନ୍ତି। ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ ଏକ ଟ୍ବିଟ୍ କରି ସମସ୍ତଙ୍କୁ ଜଣାଇଛନ୍ତି । ଉଭୟ ଏବେ କୋଭିଡ କେୟାର ସେଣ୍ଟରରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.