Latest Odisha News

ଥମୁନି କରୋନା; ବିଶ୍ୱବ୍ୟାପୀ ୬ ଲକ୍ଷ ଟପିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱବ୍ୟାପୀ ପ୍ରାୟ ୧୪,୨୪୭,୭୦୬ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ।

BjdElectrycity

ଜନ ହପକିନ୍ସ ଯୁନିଭର୍ସିଟିର ରିପୋର୍ଟ ଅନୁଯାୟୀ କରୋନାଭାଇରସରେ ସଂକ୍ରମିତ ୨୦୦ରୁ ଅଧିକ ଦେଶରେ ଏଯାବତ୍ ୧୪,୨୪୭,୭୦୬ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୬ ଲକ୍ଷ ୦୧ ହଜାର ୫୪୯ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ଏହାବ୍ୟତିତ ପ୍ରାୟ ୮୬ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି କରୋନା ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି ।

ଅଧିକ ପଢନ୍ତୁ- କାୟା ମେଲାଉଛି କରୋନା: ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୩୮ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ, ୫୪୩ ମୃତ

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସମୟରେ ବିଶ୍ୱରେ ସର୍ବାଧିକ କରୋନା ସଂକ୍ରମିତ ଦେଶ ତାଲିକାରେ ପ୍ରଥମରେ ଆମେରିକା ରହିଥିବା ବେଳେ ବ୍ରାଜିଲ୍ ଦ୍ୱିତୀୟ ସ୍ଥାନରେ ରହିଛି । ଏହାଛଡା ତୃତୀୟରେ ଭାରତ ରହିଥିବା ବେଳେ ଋଷ ଚତୁର୍ଥ ସ୍ଥାନକୁ ଖସିଛି ।

Leave A Reply

Your email address will not be published.