Latest Odisha News

BREAKING NEWS

୮୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ବ୍ଲେଡରେ ଓଠ କାଟିଲା ଅଭିଯୁକ୍ତ

ନୂଆଦିଲ୍ଲୀ: ସୀମା ଟପିଲା ପାଶବିକତା । ୮୫ ବର୍ଷୀୟା ବୃଦ୍ଧାଙ୍କୁ ବି ଛାଡିଲାନି ଯୌନ ପିପାସୁ ମଣିଷ । ଦିଲ୍ଲୀରେ ଜଣେ ୮୫ ବର୍ଷୀୟା ବୃଦ୍ଧ ମହିଳାଙ୍କୁ ଜଣେ ୨୮ ବର୍ଷୀୟ ଯୁବକ ଦୁଷ୍କର୍ମ କରିଛି । କେବଳ ସେତିକି ନୁହେଁ ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ପରେ ବ୍ଲେଡରେ ତାଙ୍କର ଓଠ କାଟି ଦେଇଥିବାର ମଧ୍ୟ ଜଣାପଡିଛି । ଏନେଇ ଦିଲ୍ଲୀ ମହିଳା କମିଶନର ସିଟି ପୋଲିସକୁ ଏକ ନୋଟିସ୍ ଜାରି କରିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ଦିଲ୍ଲୀର ଶକୁରପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ୮୫ ବର୍ଷୀୟା ପୀଡିତା ବୃଦ୍ଧା ଗୋଟିଏ ବସ୍ତିରେ ଏକାକୀ ରହୁଥିଲେ । ଗତକାଲି ଭୋର୍ ୪ଟା ବେଳେ ବୃଦ୍ଧା ଜଣକ ଶୋଇଥିବା ସମୟରେ ଅଭିଯୁକ୍ତ ଯୁବକ ତାଙ୍କ ଘର ଭିତରେ ପଶି ଦୁଷ୍କର୍ମ କରିଥିଲା । ଏତିକିରେ କିନ୍ତୁ ତା’ର ବର୍ବରତା ସରିନଥିଲା । ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଜଣକ ବୃଦ୍ଧାଙ୍କ ମୁହଁକୁ ମୁଥା ମାରିଥିଲା ଏବଂ ବ୍ଲେଡରେ ଓଠକୁ କାଟି ଦେଇଥିଲା । ଏହାପରେ ତାଙ୍କର ତଣ୍ଟି ଚିପି ଦେଇଥିଲା । ପୀଡିତାଙ୍କ ଗୁପ୍ତାଙ୍ଗ ସହ ସାରା ଶରୀରରେ ଗଭୀର ଆଘାତ ଲାଗିଥିବା ପୋଲିସ ଜଣାଇଛି । ତେବେ ଘଟଣାରେ ଦିଲ୍ଲୀ ପୋଲିସ ୨୮ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତି ମାଲିୱଲ Xରେ ପୋଷ୍ଟ କରିଛନ୍ତି ଯେ, ଆଜି ଦିଲ୍ଲୀରେ ମାନବିକତା ମରିଯାଇଛି । ଶକୁରପୁର ଅଞ୍ଚଳରେ ସକାଳ ୪ଟା ବେଳେ ଜଣେ ୮୫ ବର୍ଷୀୟା ବୃଦ୍ଧାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରାଯାଇଛି । ପୀଡିତାଙ୍କୁ ଭେଟି ତାଙ୍କର କ୍ଷତ ଦେଖିବା ପରେ ମୋ ଛାତି ଥରିଗଲା । ୮ ମାସର ଶିଶୁ ହେଉକି ୮୫ ବର୍ଷୀୟା ବୃଦ୍ଧା ମାଆ, ସମସ୍ତେ ପାଶବିକତାର ଶିକାର ହେଉଛନ୍ତି । କେହି ସୁରକ୍ଷିତ ନାହାନ୍ତି ।

Comments are closed.