Latest Odisha News

BREAKING NEWS

କରୋନା ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ଆଉ ୮୫୦ ବେଡ୍ ବ୍ୟବସ୍ଥା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବେଡ୍ ଚିନ୍ତା ନାହିଁ । ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ବିଏମସି ସହଭାଗିତାରେ ଖୋଲିବ ୫୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ।

ସେହିପରି ଆଦିତ୍ୟ-ଅଶ୍ୱିନୀ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୧୫୦ଟି ବେଡ୍ ବ୍ୟବସ୍ଥା ହେଉଛି । ଏହା ଭିତରେ ରହିବ ୩୧ ICU ବେଡ୍ । ଦୁଇଟିଯାକ ହସ୍ପିଟାଲରେ ପିପିପି ମୋଡରେ ଚିକିତ୍ସା ସୁବିଧା ପ୍ରଦାନ କରାଯିବ ।

ଏହା ବ୍ୟତୀତ ଭୁବନେଶ୍ୱରରେ ୩ଟି କୋଭିଡ୍ କେୟାର ହୋମ୍ କରାଯିବ । ଯେଉଁଥିରେ ରହିବ ୫୦ଟି ଲେଖାଏ ବେଡ୍ । ବିଏମସିର ପ୍ରତ୍ୟେକ ପ୍ରଶାସନିକ ଜୋନରେ ସିସିଏଚ୍ କରାଯିବ । ଏଥିପାଇଁ ଟଙ୍କା ସଂପୃକ୍ତ ବିଧାୟକଙ୍କ ଲୋକାଲ୍ ଏରିଆ ଡେଭଲପମେଣ୍ଟ ଫଣ୍ଡରୁ ଖର୍ଚ୍ଚ ହେବ ।

Leave A Reply

Your email address will not be published.