Latest Odisha News

BREAKING NEWS

ଏମିତି କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ୍

ଭୁବନେଶ୍ୱର: ସ୍ୱାସ୍ଥ୍ୟକର୍ମୀ ହେଉଛନ୍ତି କରୋନା ଯୁଦ୍ଧର ଅସଲ ସିପାହୀ । ଏହି ଲଢ଼େଇରେ ପ୍ରଣ୍ଟ ଲାଇନ୍ ଓ୍ୱାରିଅର୍ । ନିଷ୍ଠାପର ସେବା ଓ ଚିକିତ୍ସାର ଯେତେ ପ୍ରଶଂସା କଲେ କମ୍ ପଡ଼ିବ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଏମିତି କିଛି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି ଯେଉଁମାନଙ୍କ ସମ୍ପର୍କରେ ଜାଣିଲେ ସମସ୍ତଙ୍କ ମୁହଁରୁ ବାହାରି ଆସିବ ସଲାମ କରୋନା ଯୋଦ୍ଧା ।

ଏମକେସିଜିର ଶିଶୁ ରୋଗ ଡାକ୍ତର ଅର୍ପିତା ଓ ତାଙ୍କର ଦୁଇ ସହଯୋଗୀ । ଚିକିତ୍ସା କରୁ କରୁ କରୋନାରେ ସଂକ୍ରମିତ ହୋଇଥିଲେ । ଗତ ଜୁଲାଇ ୧୭ ତାରିଖ ଦିନ ସୁସ୍ଥ ହୋଇଥିଲେ ସେମାନେ । କିନ୍ତୁ ଘରେ ନରହି ତାପର ଦିନ (୧୮ ତାରିଖ) କାର୍ଯ୍ୟରେ ଯୋଗ ଦେଇଥିଲେ ।

ସେହିପରି ଶିଶୁ ରୋଗ ବିଭାଗର କିଛି ଷ୍ଟାଫ ନର୍ସ ବି ଭୂତାଣୁ ସଂକ୍ରମିତ ହୋଇଥିଲେ । ଚିକିତ୍ସା ପରେ ୨୩ ତାରିଖରେ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ସେମାନେ ବି ତା ପରଦିନଠୁ ସ୍ୱାସ୍ଥ୍ୟସେବାରେ ନିଜକୁ ସାମିଲ କରିଛନ୍ତି । ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍ ଏସମ୍ପର୍କିତ ଫଟୋକୁ ସେୟାର କରିଛନ୍ତି ।

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସେବା ହିଁ ବ୍ରତ । ସେଇଟା ପେଶା, ତାସହ ନିଶା । ଏମିତି ବି ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । କରୋନା ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନଙ୍କ କାର‌୍ୟ୍ୟକୁ ଆମର ସାଲ୍ୟୁଟ ।

Leave A Reply

Your email address will not be published.