ନୂଆଦିଲ୍ଲୀ:ଦେଶରେ ଅନକେ ଗରିବ ଅଛନ୍ତିଏକଥା ସତ । ଅନ୍ୟପକ୍ଷେ କୋଟିପତିଙ୍କର ବି ଅଭାବ ନାହିଁ । ଆମ ଦେଶରେ ସବୁ ମନ୍ତ୍ରୀ କୋଟିପତି । ଦେଶର ୮୭ ପ୍ରତିଶତ ମନ୍ତ୍ରୀ କୋଟିପତି । ୨୮ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୫୫୮ ମନ୍ତ୍ରୀଙ୍କ ମଧ୍ୟରୁ ୫୮୬ ଜଣ ମନ୍ତ୍ରୀ କୋଟିପତି । ମନ୍ତ୍ରୀଙ୍କ ସତ୍ୟପାଠ ଆକଳନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ଏହି ମନ୍ତ୍ରୀମାନଙ୍କ ମଧ୍ୟରୁ ୨୩୯ ଅର୍ଥାତ ୪୩ ପ୍ରତିଶତ ମନ୍ତ୍ରୀଙ୍କ ନାମରେ ରହିଛି ଅପରାଧିକ ମାମଲା ।
୫୫୮ ଜଣ ମନ୍ତ୍ରୀଙ୍କ ସତ୍ୟପାଠ ତାଲିକା ଅନୁଯାୟୀ, ସେମାନଙ୍କ ପାଖରେ ଥିବା ହାରାହାରି ସମ୍ପତ୍ତିର ମୂଲ୍ୟ ୧୬.୬୩ କୋଟି । ଅନ୍ୟପକ୍ଷେ ଅପରାଧିକ ମାମଲା ଘୋଷଣା କରିଥିବା ମନ୍ତ୍ରୀଙ୍କ ପାଖରେ ଥିବା ହାରାହାରି ସମ୍ପତ୍ତିର ମୂଲ୍ୟ ୨୧.୨୧ କୋଟିଏବଂ ଅପରାଧିକ ମାମଲା ନ ଥିବା ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୧୩. ୨୦ କୋଟି ଟଙ୍କା ।
କର୍ଣ୍ଣାଟକ ୨୭ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତର ମୂଲ୍ୟ ୭୩.୦୯ କୋଟି ଥିବାବେଳେ ମହାରାଷ୍ଟ୍ରର ୨୦ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ିର ମୂଲ୍ୟ ୪୭.୪୫ କୋଟି ଟଙ୍କା । ଛତିଶଗଡ୧୩ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ୪୩.୯୬ ରହିଛି । ତେବେ ତ୍ରିପୁରାର ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ସବୁଠାରୁ କମ । ତ୍ରିପୁରାର ୧୧ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିମୂଲ୍ୟ ୨.୬୭ କୋଟି ।
ସେହିପରି ଅରୁଣାଚଳପ୍ରଦେଶ, ଛତିଶଗଡ, ଗୋଆ,ହରିଆଣା,ହିମାଚଳପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ, ମଣିପୁର, ପୁଡୁୁଚେରୀ, ତେଲେଙ୍ଗାନା, ଉତ୍ତରାଖଣ୍ଡର ସମସ୍ତ ମନ୍ତ୍ରୀ କୋଟିପତି ।
ଅନ୍ୟପକ୍ଷେ ଏଡିଆର ବା ଆସୋସିଏସନ ଫର ଡିମୋକ୍ରାଟିକ ରିଫର୍ମସ ରିପୋର୍ଟ ଅନୁଯାୟୀ, ତାମିଲନାଡୁର ୩୩ ମନ୍ତ୍ରୀଙ୍କ ମଧ୍ୟରୁ ୨୮ ଜଣ, ହିମାଚଳ ପ୍ରଦେଶର ୯ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ, ତେଲେଙ୍ଗାନାର ୧୭ ମନ୍ତ୍ରୀଙ୍କ ମଧ୍ୟରୁ ୧୩ ଜଣ, ମହାରାଷ୍ଟ୍ରର ୨୦ ମନ୍ତ୍ରୀଙ୍କ ମଧ୍ୟରୁ ୧୫ ଜଣ, ପଞ୍ଜାବର ୧୫ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ,ବିହାରର ୩୦ ମନ୍ତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କ ନାମରେ ରହିଛି ଅପରାଧିକ ମାମଲା । ମହାରାଷ୍ଟରେ ସର୍ବାଧିକ ମନ୍ତ୍ରୀଙ୍କ ନାମରେ ରହିଛି ଗୁରୁତର ଅପରାଧିକ ମାମଲା । ୨୦ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୩ ଜଣଙ୍କ ବିରୋଧରେ ଅତି ଗୁରୁତର ମାମଲା ଥିବା ଜଣାଯାଇଛି । ସେହିପରି ଝାଡଖଣ୍ଡର ୧୧ ମନ୍ତ୍ରୀଙ୍କ ମଧ୍ୟରୁ ୭, ତେଲେଙ୍ଗାନାର ୧୭ ମନ୍ତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କ ବିରୋଧରେ ରହିଛି ଅତି ଗୁରୁତର ମାମଲା ।
BREAKING NEWS
- Bijapur Naxal Encounter: ନକ୍ସଲ ଏନକାଉଣ୍ଟରରେ ୧୮ ନକ୍ସଲ ନିହତ; ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ
- ଅଭିନେତା ସୁଧୀର ଦଲଭିଙ୍କ ଚିକିତ୍ସାରେ ସାହାଯ୍ୟ କରିବ ଶିରିଡି ସାଇ ବାବା ଟ୍ରଷ୍ଟ…
- ଏସିଡ୍ ପୀଡିତାଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ତାଦିଗ୍: ୪ ସପ୍ତାହ ମଧ୍ୟରେ ସମସ୍ତ ହାଇକୋର୍ଟଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
- ଯେଉଁମାନେ କୋହଲି, ରୋହିତଙ୍କୁ ହଇରାଣ କରୁଛନ୍ତି ସେମାନେ ନିଜେ ହଜିଯିବେ: ଶାସ୍ତ୍ରୀ
- Indigo Filghts Cancelled: ତୃତୀୟ ଦିନରେ ବି ସୁଧୁରିନି ସ୍ଥିତି: ଇଣ୍ଡିଗୋର ୧୫୦ ବିମାନ ଉଡ଼ାଣ ବାତିଲ
- ଋଷ ଆଉ ପୂର୍ବ ପରି ଭାରତର ବନ୍ଧୁ ନୁହେଁ… ଚର୍ଚ୍ଚାରେ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ
- ରାଜ୍ୟରେ ପଞ୍ଚାୟତ ଓ ବ୍ଲକ ଗଠନକୁ ନେଇ ଏହି ତଥ୍ୟ ରଖିଲେ ମନ୍ତ୍ରୀ ସୁରେଶ ପୂଜାରୀ
- କେନ୍ଦୁଝରରେ ଅଜବ ଘଟଣା; ପ୍ରେମ ପାଇଁ ଟାୱାରରେ ଚଢ଼ିଲା ପ୍ରେମିକ
- ବାଲୁକା କଳାରେ ପୁଟିନଙ୍କୁ ସ୍ବାଗତ ଜଣାଇଲେ ମାନସ ସାହୁ
- ଆମେ ବି କାମ କରୁଛୁ ଏକା ତୁମେ ନୁହଁ: ମୋଦି ସରକାର ଉପରେ ବର୍ଷିଲେ ରାହୁଲ…
Comments are closed.