ନୂଆଦିଲ୍ଲୀ:ଦେଶରେ ଅନକେ ଗରିବ ଅଛନ୍ତିଏକଥା ସତ । ଅନ୍ୟପକ୍ଷେ କୋଟିପତିଙ୍କର ବି ଅଭାବ ନାହିଁ । ଆମ ଦେଶରେ ସବୁ ମନ୍ତ୍ରୀ କୋଟିପତି । ଦେଶର ୮୭ ପ୍ରତିଶତ ମନ୍ତ୍ରୀ କୋଟିପତି । ୨୮ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୫୫୮ ମନ୍ତ୍ରୀଙ୍କ ମଧ୍ୟରୁ ୫୮୬ ଜଣ ମନ୍ତ୍ରୀ କୋଟିପତି । ମନ୍ତ୍ରୀଙ୍କ ସତ୍ୟପାଠ ଆକଳନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ଏହି ମନ୍ତ୍ରୀମାନଙ୍କ ମଧ୍ୟରୁ ୨୩୯ ଅର୍ଥାତ ୪୩ ପ୍ରତିଶତ ମନ୍ତ୍ରୀଙ୍କ ନାମରେ ରହିଛି ଅପରାଧିକ ମାମଲା ।
୫୫୮ ଜଣ ମନ୍ତ୍ରୀଙ୍କ ସତ୍ୟପାଠ ତାଲିକା ଅନୁଯାୟୀ, ସେମାନଙ୍କ ପାଖରେ ଥିବା ହାରାହାରି ସମ୍ପତ୍ତିର ମୂଲ୍ୟ ୧୬.୬୩ କୋଟି । ଅନ୍ୟପକ୍ଷେ ଅପରାଧିକ ମାମଲା ଘୋଷଣା କରିଥିବା ମନ୍ତ୍ରୀଙ୍କ ପାଖରେ ଥିବା ହାରାହାରି ସମ୍ପତ୍ତିର ମୂଲ୍ୟ ୨୧.୨୧ କୋଟିଏବଂ ଅପରାଧିକ ମାମଲା ନ ଥିବା ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୧୩. ୨୦ କୋଟି ଟଙ୍କା ।
କର୍ଣ୍ଣାଟକ ୨୭ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତର ମୂଲ୍ୟ ୭୩.୦୯ କୋଟି ଥିବାବେଳେ ମହାରାଷ୍ଟ୍ରର ୨୦ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ିର ମୂଲ୍ୟ ୪୭.୪୫ କୋଟି ଟଙ୍କା । ଛତିଶଗଡ୧୩ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ୪୩.୯୬ ରହିଛି । ତେବେ ତ୍ରିପୁରାର ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ସବୁଠାରୁ କମ । ତ୍ରିପୁରାର ୧୧ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିମୂଲ୍ୟ ୨.୬୭ କୋଟି ।
ସେହିପରି ଅରୁଣାଚଳପ୍ରଦେଶ, ଛତିଶଗଡ, ଗୋଆ,ହରିଆଣା,ହିମାଚଳପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ, ମଣିପୁର, ପୁଡୁୁଚେରୀ, ତେଲେଙ୍ଗାନା, ଉତ୍ତରାଖଣ୍ଡର ସମସ୍ତ ମନ୍ତ୍ରୀ କୋଟିପତି ।
ଅନ୍ୟପକ୍ଷେ ଏଡିଆର ବା ଆସୋସିଏସନ ଫର ଡିମୋକ୍ରାଟିକ ରିଫର୍ମସ ରିପୋର୍ଟ ଅନୁଯାୟୀ, ତାମିଲନାଡୁର ୩୩ ମନ୍ତ୍ରୀଙ୍କ ମଧ୍ୟରୁ ୨୮ ଜଣ, ହିମାଚଳ ପ୍ରଦେଶର ୯ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ, ତେଲେଙ୍ଗାନାର ୧୭ ମନ୍ତ୍ରୀଙ୍କ ମଧ୍ୟରୁ ୧୩ ଜଣ, ମହାରାଷ୍ଟ୍ରର ୨୦ ମନ୍ତ୍ରୀଙ୍କ ମଧ୍ୟରୁ ୧୫ ଜଣ, ପଞ୍ଜାବର ୧୫ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ,ବିହାରର ୩୦ ମନ୍ତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କ ନାମରେ ରହିଛି ଅପରାଧିକ ମାମଲା । ମହାରାଷ୍ଟରେ ସର୍ବାଧିକ ମନ୍ତ୍ରୀଙ୍କ ନାମରେ ରହିଛି ଗୁରୁତର ଅପରାଧିକ ମାମଲା । ୨୦ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୩ ଜଣଙ୍କ ବିରୋଧରେ ଅତି ଗୁରୁତର ମାମଲା ଥିବା ଜଣାଯାଇଛି । ସେହିପରି ଝାଡଖଣ୍ଡର ୧୧ ମନ୍ତ୍ରୀଙ୍କ ମଧ୍ୟରୁ ୭, ତେଲେଙ୍ଗାନାର ୧୭ ମନ୍ତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କ ବିରୋଧରେ ରହିଛି ଅତି ଗୁରୁତର ମାମଲା ।
BREAKING NEWS
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
- ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର, ନେଟ୍ସକୁ ଫେରିଲେ କ୍ୟାପଟେନ କୁଲ
- ୧୫ ବର୍ଷ ପରେ ଆରମ୍ଭ ହେଲା ଜନଗଣନା, ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ନଜିର ଜନ ଗଣନା
Comments are closed.