Latest Odisha News

ଆଚାର ବିକି କରୋନା ପ୍ରଭାବିତ ପରିବାରଙ୍କୁ ସାହାଯ୍ୟ କରୁଛନ୍ତି ୮୭ ବର୍ଷିୟା ବୃଦ୍ଧା

ନୂଆଦିଲ୍ଲୀ: ଆଚାର ବିକ୍ରି କରି କରୋନା ପ୍ରଭାବିତ ପରିବାରଙ୍କୁ ସହାୟତା କରୁଛନ୍ତି ୮୭ ବର୍ଷୀୟା ବୃଦ୍ଧା।  ଏହି ବୃଦ୍‌ଧ ମହିଳା ଜଣକ ହେଉଛନ୍ତି ଉଷା ଗୁପ୍ତା। ସେ ଏବଂ ତାଙ୍କ ସ୍ୱାମୀ ରାଜକୁମାର ଏହି ଭୂତାଣୁ ସଂକ୍ରମିତ ହୋଇ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅବଶ୍ୟ, ୨୭ ଦିନର ସଂଘର୍ଷ ପରେ, ଉଷାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା।

ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ଉଷା କରୋନାରେ ପ୍ରଭାବିତ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।
ଉଷା କହିଛନ୍ତି ଯେ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ନଥିବା ପରିବାରକୁ କିପରି ପ୍ରଭାବିତ କରୁଛି ସେ ଦେଖିଛନ୍ତି।ହସ୍ପିଟାଲରେ ଭୋଗିଥିବା ଯନ୍ତ୍ରଣା ତାଙ୍କ ଜୀବନ ବଦଳେଇ ଦେଇଥିଲା। ସେଥିପାଇଁ ସେ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସୁସ୍ୱାଦୁ ବା ଘରେ ତିଆରି ଆଚାର ପ୍ରସ୍ତୁତ କରି ଏହାକୁ ବିକ୍ରି କରି କରୋନା ପ୍ରଭାବିତ ପରିବାରକୁ ସହାୟତା କରୁଛନ୍ତି ଉଷା।

ଉଷା ଜୁଲାଇ ୨୦୨୧ ରେ ‘ପିକଲ୍ଡ ୱିଥ୍‌ ଲଭ୍’ ନାମରେ ଏକ ଯାତ୍ରା ଆରମ୍ଭ କରିଥିଲେ। ଯେଉଁଠାରେ ସେ ଘରେ ତିଆରି ଆଚାର ଏବଂ ଚଟଣି ପ୍ରସ୍ତୁତ କରି ବିକ୍ରି କରିଥିଲେ। ଆଚାର ବିକ୍ରୟ ଦ୍ୱାରା ଉତ୍ପାଦିତ ଅର୍ଥରେ ସେ କୋଭିଡ-୧୯ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବ୍ୟବହାର କରନ୍ତି।

ଏହି ଉଦ୍ୟମ ଆରମ୍ଭ କରିବାର ପ୍ରେରଣା ତାଙ୍କ ନାତୁଣୀ ରାଧିକା ବତ୍ରାଙ୍କଠାରୁ ଆସିଥିଲା ବୋଲି ସେ କହିଛନ୍ତି। ଯିଏକି ଦିଲ୍ଲୀରେ ଜଣେ ଶିଶୁରୋଗ ବିଶେଷଜ୍ଞ ଅଛନ୍ତି।

“ପ୍ରତ୍ୟେକ ପଇସା ଗୁରୁତ୍ୱପୂର୍ଣ୍ଣ । ମୁଁ ଖୁସି ଯେ ଅଳ୍ପ ପରିମାଣରେ ହେଲେ ବି ମୁଁ କିଛି ଅଲଗା କରିବାକୁ ସକ୍ଷମ ହୋଇପାରିଛି। ଉଷାଙ୍କ ୨୦୦ ଗ୍ରାମ ଆଚାର କିମ୍ବା ଚଟଣୀ ବୋତଲ ମୂଲ୍ୟ ୧୫୦ ଟଙ୍କା ରହିଛି। ଏହାଦ୍ବାରା ସେ ପ୍ରାୟ ୬୫ ହଜାର ରୁ ଅଧିକ ଅଭାବୀ ଲୋକଙ୍କୁ ଖାଦ୍ୟ ଯୋଗାଇ ପାରିଛନ୍ତି ବୋଲି କହନ୍ତି ଉଷା। ଉଷା ‘Indian Vegetarian Cuisine’ ନାମକ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି।

Leave A Reply

Your email address will not be published.