Latest Odisha News

BREAKING NEWS

ଫିଲ୍ମ ‘ଚେହରେ’ ପାଇଁ କୌଣସି ପାଉଣା ନେଇନାହାନ୍ତି ବିଗ୍‌ ବି

ମୁମ୍ବାଇ: ଅମିତାଭ ବଚ୍ଚନଙ୍କୁ କେବଳ ବଲିଉଡରେ ଶେହ୍‌ନ୍‌ଶାହା କୁହାଯାଏ ନାହିଁ। ଲୋକମାନେ ତାଙ୍କ କାର୍ଯ୍ୟ ଏବଂ ଉଦାରତାକୁ ନେଇ ତାଙ୍କୁ ସମ୍ମାନ ଦେଇ ଏହି ନାଁରେ ଡାକିଥାନ୍ତି। ଏହି ସମୟରେ ଅମିତାଭ ବଚ୍ଚନ ପୁଣିଥରେ ଏପରି କିଛି କରିଛନ୍ତି ଯାହାକୁ ନେଇ ବିଗ୍‌ ବିଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି।

ଖବର ମୁତାବକ, ବିଗ୍ ବି ତାଙ୍କ ଆଗାମୀ ଫିଲ୍ମ ‘ଚେହେର୍’ ପାଇଁ କୋଣସି ଅର୍ଥ ନେଇନାହାନ୍ତି। ଏପରିକି ସେଟ୍‌ ପର୍ଯ୍ୟନ୍ତ ଯିବାକୁ ମଧ୍ୟ ସେ ନିଜ ଟଙ୍କା ଖର୍ଚ୍ଚ କରିଥିଲେ।

ଫିଲ୍ମର ନିର୍ମାତା ଆନନ୍ଦ ପଣ୍ଡିତ କହିଛନ୍ତି ଯେ, “ଫିଲ୍ମ ଚେହେରେ ପାଇଁ ଅମିତାଭ ଗୋଟିଏ ବି ପଇସା ନେଇ ନାହାଁନ୍ତି। କାରଣ ସେ ଫିଲ୍ମର ସ୍କ୍ରିପ୍ଟକୁ ବହୁତ ପସନ୍ଦ କରିଛନ୍ତି। ଏଥିପାଇଁ ଗୋଟିଏ ବି ପଇସା ମଧ୍ୟ ଗ୍ରହଣ କରିବା ଉଚିତ୍ ମନେ କରିନଥିଲେ ବିଗ୍‌ ବି। ‌୨୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଫିଲ୍ମ ଚେହରେ।

Leave A Reply

Your email address will not be published.