Latest Odisha News

BREAKING NEWS

କିଲର କରୋନା କବଳରେ ରୁଷ ସେନା, ୮୭୪ ଆକ୍ରାନ୍ତ

ମସ୍କୋ:କିଲର କରୋନା କବଳରେ ପଡିଛି ରୁଷିଆ ସେନା । ଶନିବାର ସୁଦ୍ଧା ୮୭୪ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଛି । ଯାହାକି ରୁଷ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛି ।   ୮୭୪ ଜଣ ସଂକ୍ରମିତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୭୯ ଜଣ ଘରେ ଆଇସୋଲେଶନରେ ରହିଥିବାବେଳେ ଅନ୍ୟମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୪ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ରୁଷିଆରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୦,୯୪୯ରେ ପହଞ୍ଚତ୍ଥିବାବେଳେ ୭୪୭ ଜଣଙ୍କ ଜୀବନ ଗଲାଣି । ମାର୍ଚ୍ଚ ଶେଷ ଭାଗରୁ ଦେଶର ବିସ୍ତୀର୍ଣ୍ଣ ଅଞ୍ଚଳ ଲକ୍‌ଡାଉନରେ ରହିଛି । ମେ’ ୯ରେ ହେବାକୁ ଥିବା ପାରମ୍ପରିକ ସାମରିକ ପରେଡ୍‌କୁ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି । ସେନାରେ ସାମାଜିକ ଦୂରତ୍ୱକୁ ଅଧିକ ଗୁରୁତ୍ୱ ଦିଆଯାଉଛି।

Leave A Reply

Your email address will not be published.