ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣର ଆଜି ଥିଲା ତୃତୀୟ ଦିନ। ଆଜି ରାଜ୍ୟରେ ମୋଟ୍ ୧୪ ହଜାର ୨୯୧ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ୧୮୧ ସେସନରେ ୮୮% ଟିକାଦାନ ହୋଇଛି।
ଭଦ୍ରକ ଜିଲ୍ଲାରେ ସର୍ବାଧିକ ୧୪୮% ଟିକାଦାନ ହୋଇଛି। ୧୩ଟି ଜିଲ୍ଲାରେ ଶତ ପ୍ରତିଶତ ବା ତାଠାରୁ ଅଧିକ ଟିକାକରଣ ହୋଇଛି। ଆଜି ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୫ଜଣ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ପରେ ଭଲ ହୋଇଛନ୍ତି।
ଆଜି ଭୁବନେଶ୍ବରରେ ପହଞ୍ଚିଛି ଦ୍ବିତୀୟ ପର୍ଯ୍ୟାୟ କୋଭିସିଲଡ୍ ଟିକା। ୩ ଲକ୍ଷ ୩୪ହଜାର ୫୦୦ ଡୋଜ ଟିକା ଆସିଛି। ତିନି ଦିନ ପରେ ବିଭିନ୍ନ ଜିଲ୍ଲାକୁ ପଠାଯିବ। ବର୍ତମାନ ସୁଦ୍ଧା ଆସିଥିବା ଟିକାରେ ରାଜ୍ୟରେ ପଞ୍ଜିକୃତ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇ ପାରିବ।
Comments are closed.