Latest Odisha News

BREAKING NEWS

ଓଡ଼ିଶାରେ ୩ ଲକ୍ଷ ୩୦ ହଜାର ଟପିଲା ଆରୋଗ୍ୟ ମାମଲା

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୫୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂଆ ଆରୋଗ୍ୟଙ୍କୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୦ ହଜାର ୦୫୧ରେ ପହଞ୍ଚିଛି।

ଅଧିକ ପଢନ୍ତୁ- ରାଜ୍ୟର ୧୨ ଜିଲ୍ଲାରୁ ଆଜି କରୋନା ଗାଏବ, ୨୪ ଘଣ୍ଟାରେ ୧୨୨ ପଜିଟିଭ୍

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୨୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୦ଟି । ଆଜି ରାଜ୍ୟର ୧୨ ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୫୬୬କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୧ ହଜାର ୯୦୨ଟି କରୋନା ଆକ୍ଟିଭ୍ କେସ୍ ରହିଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୦ ହଜାର ୦୫୧ ଆକ୍ରାନ୍ତ ।

Leave A Reply

Your email address will not be published.