Latest Odisha News

ଭଦ୍ରକ ବିବାଦୀୟ ପୋଷ୍ଟ ମାମଲାରେ ୯ ଅଭିଯୁକ୍ତ ଗିରଫ

ଭଦ୍ରକ: ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ସନ୍ଥିଆ ଠାରେ ଉପୁଜିଥିବା ତୁମୁଳକାଣ୍ଡ ଘଟଣାରେ ପୋଲିସ ଆଜି ୯ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହିତ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

ତେବେ ବର୍ତ୍ତମାନ ସହରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ସ୍ଥଗିତ ରଖିଛି । ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୧୬୩ ଧାରା ଲାଗୁ ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏନେଇ ଭଦ୍ରକ ଏସ୍‌ପି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷେ ଭଦ୍ରକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଜନସାଧାରଣ ନିକଟରେ ଅପିଲ କରିଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା । ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼ କରିବା ସହ ଏଥିରେ ୨ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଏହା ସହ ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିଲେ ।

ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠିଚାର୍ଜ କରିଥିଲା । ଏଥି ସହିତ ସନ୍ଥିଆରେ ୧୬୩ ଧାରା ଲାଗୁ କରିଛି । ସହରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ସ୍ଥଗିତ ରଖିଛି ।

Leave A Reply

Your email address will not be published.