Latest Odisha News

BREAKING NEWS

ବାଂଲାଦେଶରେ ଓକିଲଙ୍କୁ ହତ୍ଯା ଘଟଣାରେ ୯ ଗିରଫ

ଢାକା: ବାଂଲାଦେଶରେ ଓକିଲଙ୍କ ମୃତ୍ୟୁ ମାମଲାରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ଥିବା ଜଣାପଡିଛି।

ଏହି ମାମଲାରେ ୪୬ ଜଣିଆ ଏକ ଗୋଷ୍ଠୀ ବିରୋଧରେ ମାମଲା ରୁଜୁ କରାଯାଇଥିଲା ବେଳେ ଶନିବାର ପୋଲିସ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଗିରଫ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁରକ୍ଷା କର୍ମୀ ଏବଂ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷରେ ଗତ ମଙ୍ଗଳବାର ଜଣେ ଓକିଲଙ୍କର ମୃତ୍ୟୁ ଘଟିଛି। ଦେଶଦ୍ରୋହ ଅଭିଯୋଗରେ ବାଂଲାଦେଶର ଆଇନ ଶୃଙ୍ଖଳା ଏଜେନ୍ସି ନଭେମ୍ବର ୨୫ରେ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିଥିଲା। ବାଂଲାଦେଶ କୋର୍ଟ ତାଙ୍କୁ ଜାମିନ ପ୍ରଦାନ ନ କରିବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି।

Comments are closed.