Latest Odisha News

ମନ୍ଦିର କାନ୍ଥ ଭୁଶୁଡ଼ି ଚାଲିଗଲା ୯ ଶିଶୁଙ୍କ ଜୀବନ

ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଶାହପୁରରେ ରବିବାର ଦିନ ଏକ ମନ୍ଦିରର କାନ୍ଥ ଭୁଶୁଡ଼ିବା ପରେ ୯ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ଖବର ଅନୁଯାୟୀ, ଏହି ଅଘଟଣ ଶାହପୁରର ହରଦୌଲ ବାବା ମନ୍ଦିରରେ ଏକ ଧାର୍ମିକ ସମାରୋହରେ ଘଟିଛି। ମାଟି ତଳେ ପ୍ରାୟ ୯ ଜଣ ଛୋଟ ପିଲା ଦବି ଯାଇଥିଲେ।

ତେବେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

 

 

Comments are closed.