Latest Odisha News

BREAKING NEWS

ପ୍ରବଳ ବର୍ଷା ଯୋଗୁ ବେହାଲ ଗୁଜରାଟ ,୯ ମୃତ, ୨୪ ଘଣ୍ଟାରେ ହୋଇଛି ୩୯୮ ମିମିରୁ ଅଧିକ ବର୍ଷା

ଗାନ୍ଧୀନଗର: ମୁସଳ ଧାରାରେ ବର୍ଷା ଗୁଜରାଟରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ଏମାର୍ଜେନ୍ସି ଅପରେସନ୍ ସେଣ୍ଟର (SEOC) ଏହି ସୂଚନା ଦେଇଛି। ଏସ୍‌ଇଓସିର ସୂଚନା ଅନୁସାରେ ଶୁକ୍ରବାର ଦିନ ୧୨ଟା ପର୍ଯ୍ୟନ୍ତ ୩୦ ଘଣ୍ଟା ମଧ୍ୟରେ ରାଜ୍ୟର ୩୭ ଟି ବ୍ଲକ୍‌ରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି।

ବର୍ଷା ଯୋଗୁ ରାଜ୍ୟରେ ଶୋଚନୀୟ ପରିସ୍ଥିତି ସୃଷ୍ଟି କରିଛି। ଗତ ୨୪ ଘଣ୍ଟାରେ ହୋଇଥିବା ପ୍ରବଳ ବର୍ଷା ଯୋଗୁ ରାଜ୍ୟର ସହର ଓ ଗ୍ରାମର ଏକାଧିକ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଶନିବାର ଏନେଇ ସରକାର  ପକ୍ଷରୁ ସୂଚନା ଦେଇଛନ୍ତି। ଜୁନାଗଡ ଜିଲ୍ଲାର ବିଶାବାଦ ବ୍ଲକରେ ଶନିବାର ସକାଳ ୬ ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୩୯୮ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ବୋଲି ଏସ୍‌ଇଓସିର ସୂଚନା ଦେଇଛି।

ଅତି ପ୍ରଭାବିତ ଅଞ୍ଚଳ ଯଥା ଜାମନଗର, ଜୁନାଗଡ ଏବଂ ନାଭସାରୀରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ୍) ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏସଡିଆରଏଫ)ର ଦଳ ନିୟୋଜିତ କରାଯାଇଛି।

ସୂଚନା ଅନୁସାରେ ସୌରାଷ୍ଟ୍ର-କଛ ଏବଂ ଦକ୍ଷିଣ ଗୁଜୁରାଟ ଅଞ୍ଚଳର ଅନେକ ଜିଲ୍ଲାର ଅଞ୍ଚଳରେ ଅତିପ୍ରବଳ ବର୍ଷା ହେତୁ ତଳିଆ ଅଞ୍ଚଳରେ ପାଣି ଅଟକି ରହି ଜଳମଗ୍ନ ହୋଇଛି।  ସେହିପରି ଅହମ୍ମଦାବାଦ ଅନେକ ଅଞ୍ଚଳରେ ମଧ୍ୟ ଜଳବନ୍ଦୀ ହୋଇ ରହିଛି, ଯାହା ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଶୁକ୍ରବାର ରାତିରେ ଗାନ୍ଧିନଗରର ଏସଇଓସିରେ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ କରି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଥଇଥାନ କରିବା ସହିତ ଉଦ୍ଧାର କାର୍ଯ୍ୟ ଉପରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଆଜି ଠାରୁ ଗୁଜରାଟରେ ବର୍ଷାର ପରିମାଣ ହ୍ରାସ ପାଇବ, ଏବଂ ରବିବାର ସୁଦ୍ଧା ପରିସ୍ଥିତି ସ୍ୱାଭାବିକ ହେବ ବୋଲି ଭାରତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.