Latest Odisha News

BREAKING NEWS

ଜୀବନ ନେଲା ସାନିଟାଇଜର …

ଅମରାବତୀ: ଲକ୍‌ଡାଉନ ବେଳେ ମଦ ନ ପାଇ ସାନିଟାଇଜର ପିଇ ୯ ଜଣଙ୍କର ମୃତ୍ୟୁ । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ପ୍ରକାଶମ୍ ଜିଲ୍ଲାର କରିଛେଦୁ ମଣ୍ଡଳ ଅଞ୍ଚଳରେ । ଗତକାଲି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଛଅ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଲକ୍ ଡାଉନ ଯୋଗୁଁ ସ୍ଥାନୀୟ ଅଂଚଳରେ ପ୍ରାୟ ୧୦ ଦିନ ହେଲା ମଦ ଦୋକାନ ବନ୍ଦ ରହିଛି । ତେଣୁ ମଦ୍ୟପମାନେ ମଦ ପିଇବାକୁ ନ ପାଇ ହ୍ୟାଣ୍ଡ ସାନିଟାଇଜରକୁ ପିଉଛନ୍ତି । ଫଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ଭିକ୍ଷୁକ ଥିବା ଜଣାପଡିଛି । ସେମାନେ ସ୍ଥାନୀୟ ମନ୍ଦିରରେ ଭିକ୍ଷାବୃତ୍ତି କରିଥାନ୍ତି । ଗତକାଲି ରାତିରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ପେଟ ଭୀଷଣ ଜଳାପୋଡା କରୁଥିବା କହିଥିଲେ । ହଠାତ୍ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଜଣଙ୍କୁ ଡାକ୍ତରଖାନା ନେବା ବାଟରେ ହିଁ ମୃତ୍ୟୁ ହୋଇଥିଲା । ତୃତୀୟ ବ୍ୟକ୍ତି ଜଣଙ୍କ ଦେଶୀ ମଦ ସହ ସରାନିଟାଇଜପର ମିଶାଇ ପିଇଥିବା ବେଳେ ଘରେ ଚେତା ଶୂନ୍ୟ ହୋଇ ମୃତ୍ୟୁ ବରଣ କରିଥିଲେ ।

ଆଜି ମୃତ୍ୟୁବରଣ କରିଥିବା ୬ ଜଣ ଭୋରରୁ ହସ୍ପିଟାଲକୁ ଆସିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଏସ୍‌ପି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.