Latest Odisha News

BREAKING NEWS

କୁକୁଡ଼ା ଖାଇବାକୁ ଆସି ଧରାପଡ଼ିଲା ୯ ଫୁଟର ଅଜଗର

ମାଲକାନଗିରି: କୁକୁଡା ଖାଇବାକୁ ଯାଇ ଧରାପଡ଼ିଲା ବିରାଟକାୟ ଅଜଗର । ମାଲକାନଗିରି ଜିଲ୍ଲା ସିଙ୍ଗରାଜକୋଣ୍ଡା ଗାଁରେ ଦେଖିବାକୁ ମିଳିଛି ଏକ ଘଟଣା । ଗାଁ କୋଷା ମାଢିଙ୍କିଙ୍କ ପୋଷା କୁକୁଡା ହଜି ଯାଇଯାଇଥିଲା । ଖୋଜାଖୋଜି ପରେ ସେ ପାଇ ନଥିଲେ । ଏତିକିବେଳେ କୁକୁଡା ଘର ଭିତରେ ପଶିଥିଲା ଅଜଗର । କୁକୁଡାଟିକୁ ଗିଳିବା ପରେ ଆଉ ସେଠାରୁ ହଲି ପାରୁ ନଥିଲା ।

ଗାଁ ଲୋକ ଦେଖି ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ଅଜଗର ସାପଟିକୁ ଧରିଥିଲେ । ଅଜଗର ପେଟରୁ କୁକୁଡା ମଧ୍ୟ ବାହାର କରିଥିଲେ ସ୍ନେକ୍ ହେଲପ ଲାଇନ ସଦସ୍ୟ । ପରେ ତାକୁ ଜଙ୍ଗଲରେ ଛାଡ଼ି ଦିାଯାଇଥିଲା । ଉଦ୍ଧାର ଅଜଗର ସାପର ଲମ୍ବ ପାଖାପାଖି ୯ ଫୁଟ୍ ହେବ ।

Leave A Reply

Your email address will not be published.