Latest Odisha News

BREAKING NEWS

ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ପୂରଣ ହେଲା ଟାର୍ଗେଟ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଶତ ପ୍ରତିଶତ ଟିକାକରଣ ହୋଇଛି । ଗତକାଲି ସୁଦ୍ଧା ଭୁବନେଶ୍ୱରରେ ୧୮ଲକ୍ଷ ୩୫ହଜାର ୯୦୩ ଡୋଜ୍ ଟିକା ଦିଆଯାଇଛି । ସେଥିରୁ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ୧୦ଲକ୍ଷ ୫୯ହଜାର ୭୫୩ ଜଣ । ୭ଲକ୍ଷ ୭୬ହଜାର ୧୫୦ ଜଣ ଟିକାର ଦୁଇଟିଯାକ ଡୋଜ୍ ନେଇଛନ୍ତି ।

ବିଭିନ୍ନ ବର୍ଗରେ ମୋଟ୍ ୯ଲକ୍ଷ ୭ହଜାର ଲୋକଙ୍କୁ ଦୁଇଟି ଡୋଜ୍ ହିସାବରେ ୧୮ଲକ୍ଷ ୧୪ ହଜାର ଡୋଜ୍ ଟିକା ଜୁଲାଇ ସୁଦ୍ଧା ଦେବାକୁ ଟାର୍ଗେଟ ରଖାଯାଇଥିଲା । ଯାହାକି ଗତକାଲି ପୂରଣ ହୋଇ ସାରିଥିବା ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି ।

ଭୁବନେଶ୍ୱରରେ ଲୋକଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯାଉଛି । ବର୍ତ୍ତମାନ ଟିକାର କୌଣସି ଅଭାବ ନାହିଁ । ସମସ୍ତ କେନ୍ଦ୍ରରେ ଲୋକଙ୍କୁ ଟିକା ଦିଆଯାଉଛି । ଭୁବନେଶ୍ୱର ସମେତ ବାହାର ଲୋକଙ୍କୁ ବି ଦିଆଯାଉଛି ଟିକା । ପ୍ରାଥମିକତା ଭିତ୍ତିରେ ରାଜଧାନୀବାସିନ୍ଦାଙ୍କୁ ଟିକାକରଣ କରାଯାଉଛି ।

Leave A Reply

Your email address will not be published.