Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସରେ ଓଡିଶାରୁ ୯ଜଣ ପାଇବେ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର : ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପାଇଁ ଅଗ୍ନିଶମ ସେବା, ହୋମ ଗାର୍ଡ ଓ ସିଭିଲ ଡିଫେନ୍ସରେ କର୍ମଚାରୀଙ୍କ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ଘୋଷଣା କରାଯାଇଛି । ଏହି ସମ୍ମାନ ଜନକ ପଦକ ପାଇଁ ଓଡିଶାରୁ ୯ଜଣ ମନୋନୀତ ହୋଇଛନ୍ତି ।

ଚଳିତ ବର୍ଷ ଓଡ଼ିଶାରୁ କୁମରବର ସାମଲ (ଫାୟାରମ୍ୟାନ) ସାହସିକତା ପାଇଁ ଅଗ୍ନିଶମ ସେବା ପଦକ ଓ ବିଜୟ କୁମାର ମୁଦୁଲି (ଫିଟର ଷ୍ଟେସନ ଅଫିସର), ଜ୍ୟୋତି ପ୍ରକାଶ ରଥ (ଷ୍ଟେସନ ଅଫିସର), ଅର୍ଜୁନ ବେହେରା (ଲିଡିଙ୍ଗ ଫାୟାରମ୍ୟାନ୍) ଏବଂ ସୌମେନ୍ଦ୍ରନାଥ କାନୁନଗୋ (ଫାୟାରମ୍ୟାନ) ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଗ୍ନ ିଶମ ସେବା ପଦକ ପାଇବାକୁ ମନୋନୀତ ହୋଇଛନ୍ତି ।

ସେହିପରି ଉଲ୍ଲେଖନୀୟ ସେବା ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍ସରେ ରାଷ୍ଟ୍ରପତି ପଦକ ପାଇବାକୁ ଓଡ଼ିଶାର ଅମୂଲ୍ୟ କୁମାର ସମର୍ଥା (ସିଡି, ଭଲ୍ୟୁଂଟିର) ମନୋନୀତ ହୋଇଛନ୍ତି ।

ପ୍ରଶଂସନୀୟ ସେବା ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପାଇବାକୁ ବିମଲ ପ୍ରସାଦ ପାଣି (ସିଡି, ଭଲ୍ୟୁଂଟିର), ପ୍ରକାଶ କୁମାର ଜେନା (ସିଡି, ଭଲ୍ୟୁଂଟିର) ଏବଂ ଅଭିନ୍ନ ମୋହନ ସାମନ୍ତରାୟ (ହୋମଗାର୍ଡ) ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.