Latest Odisha News

BREAKING NEWS

ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ କେକେବିଏନ ମାଓ ଡିଭିଜନର ୯ ମାଓବାଦୀ

ବୌଦ୍ଧ: ବୌଦ୍ଧ ପୁଲିସକୁ ମିଳିଲା ବଡ ସଫଳତା । ମୁଖ୍ୟସ୍ରୋତରେ ସାମିଲ ହେଲେ କେକେବିଏନ ମାଓ ଡିଭିଜନର ୯ ଜଣ ମାଓବାଦୀ । ଆତ୍ମସମର୍ପଣ କରିଥିବା ୯ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଥିବା ଜଣାପଡିଛି । ସମସ୍ତ ମାଓବାଦୀ ଛତିଶଗଡ଼ ଦନ୍ତେୱାଡ଼ ଅଞ୍ଚଳର । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ୨୦୨୦ ମସିହାରୁ କେକେବିଏନ ମାଓ ସଙ୍ଗଠନରେ ସାମିଲ ହୋଇ ସକ୍ରିୟ ଭାବେ କାମ କରୁଥିଲେ। ବର୍ତ୍ତମାନ ସେମାନେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।

ସୂଚନା ଅନୁସାରେ, ଆଜି ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏହି ୯ଜଣ ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ଓ ୭ ଜଣ ପୁରୁଷ ମାଓବାଦୀ ଅଛନ୍ତି । ୨ ମହିଳା ମାଓବାଦୀ ହେଉଛନ୍ତି ୟୋଗି ମାଡଭି ଓ ପୋଜେ ମାଡଭି । ସେହିପରି ୭ ଜଣ ପୁରୁଷ ମାଓବାଦୀ ହେଉଛନ୍ତି ଭୀମ କାଡଟି, ଭୀମ ବଂଜାମ, ବନ୍ଦୀ ବଂଜାମ, ଅରମା ରାବୀ, ମଲ୍ଲା ମାଡଭୀ, ଦେବ କାଟଭୀ ଏବଂ ଆୟତା ମାଡଭୀ । ସବୁଠାରୁ ଗୁରୁତ୍ଵପୁର୍ଣ୍ଣ କଥା ହେଉଛି କେକେବିଏନ ମାଓ ସଂଗଠନରେ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ୨ ମହିଳା ମାଓବାଦୀ । ଆତ୍ମ ସମର୍ପଣ କରିବା ପରେ ସରକାରଙ୍କ ନିୟମ ମୁତାବକ ସେମାନଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବାସଗୃହ, ଜମି ଆଦି ଯୋଗାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ।

ବିଗତ ୬ ମାସ ଧରି ବୌଦ୍ଧ କନ୍ଧମାଳ ଅଞ୍ଚଳରେ ସକ୍ରିୟ ଅଛି KKBN ମାଓ ଡିଭିଜନ । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ବାରମ୍ବାର ଗୁଳି ବିନିମୟ ହୋଇଛି । ଏହା ସହ ପୋଲିସ ବହୁ ମାଓ କ୍ୟାମ୍ପ ଧ୍ୱଂସ କରିବା ସହ ମାଓ ସାମଗ୍ରୀ ମଧ୍ୟ ଜବତ କରିଥିବା ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.