Latest Odisha News

BREAKING NEWS

ରାହୁଲଙ୍କୁ ମୋଦୀଙ୍କ କଟାକ୍ଷ; ଉତ୍ତର ରଖିଲେ ଭଉଣୀ ପ୍ରିୟଙ୍କା

ରାଏବରେଲି: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ଏକ ଜନସଭାକୁ ସମ୍ବୋଧନ ଦେଉଥିବା ବେଳେ ମୋଦୀଙ୍କୁ କଲେ ପ୍ରଶ୍ନ । କହିଲେ, ‘ଭାଷଣରେ କହୁଛନ୍ତି ରାହୁଲ ଆଦାନୀ ଅମ୍ବାନୀଙ୍କ ନାଁ ନେଉନାହାନ୍ତି । ଆରେ ଓ୍ବାହା, ପ୍ରତିଦିନ ତ ତାଙ୍କ ନାଁ ନେଉଛନ୍ତି, ପ୍ରତିଦିନ ତାଙ୍କର ସତ୍ୟତା ଜନସାଧାରଣଙ୍କ ଆଗରେ ରଖୁଛନ୍ତି । କିନ୍ତୁ ବିଜେପିର ବଡ ବଡ ଶିଳ୍ପପତିଙ୍କ ସହ ହାତ ଅଛି । ନିଜ ସାଙ୍ଗର ୧୬ ଲକ୍ଷ କୋଟି କରଜ ଛାଡ କରିଛନ୍ତି । ଏଠି ଉତ୍ତରପ୍ରଦେଶରେ ତାଙ୍କର ସରକାର ଅଛି ହେଲେ ଏଠି ଚାଷୀ ଆତ୍ମହତ୍ୟା କରୁଛନ୍ତି । ତାଙ୍କ ଋଣ ଛାଡ କରିପାରୁନାହାନ୍ତି । ଏହାର ଜବାବ ଦିଅନ୍ତୁ ମୋଦୀ । ୧୦ ବର୍ଷ ହେଲା ସେ ଖାଲି ଉତ୍ତରପ୍ରଦେଶର ଲୋକଙ୍କୁ ଧୋକା ଦେଇଛନ୍ତି ।’ ଏକିତି କିଛି ମୋଦୀଙ୍କୁ କଡା ଜବାବ ଦେଇଛନ୍ତି ପ୍ରିୟଙ୍କା ।

ବାସ୍ତବରେ ତେଲଙ୍ଗାନାର କରିମନଗରର ଏକ ନିର୍ବାଚନ ରାଲିରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଉପରେ ବର୍ଷିଛନ୍ତି। ଏହାରି ଭିତରେ ମୋଦୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ନିର୍ବାଚନ ଘୋଷଣା ହେବା ଦିନଠାରୁ ରାହୁଲ, ଅମ୍ବାନୀ ଏବଂ ଆଦାନୀଙ୍କ କଥା କହିବା ବନ୍ଦ କରି ଦେଇଛନ୍ତି। ଏବେ ତା’ହେଲେ ଭିତରେ କେଉଁ ଡିଲ ହୋଇଛି ଯାହାକୁ ନେଇ ଅମ୍ବାନୀ-ଆଦାନୀଙ୍କୁ ରାହୁଲ ଟାର୍ଗେଟ କରିବା ବନ୍ଦ କରିଦେଇଛନ୍ତି। ଏହି ୫ ବର୍ଷ ଭିତରେ ଗାଳି ଦେବା ପରେ ନିର୍ବାଚନ ଘୋଷଣା ହେବା ପରଠାରୁ ସେମାନେ ଅମ୍ବାନୀ-ଆଦାନୀ କହିବା ବନ୍ଦ କରି ଦେଇଛନ୍ତି। ତେବେ ଏ ସମ୍ପର୍କରେ ରାଜକୁମାର ତାହା ସର୍ବସମ୍ମୁଖରେ ଘୋଷଣା କରନ୍ତୁ।

Leave A Reply

Your email address will not be published.