Latest Odisha News

BREAKING NEWS

ଶରୀରପାଇଁ ଲାଭଦାୟକ କଖାରୁ ଫୁଲ…

ଭୁବନେଶ୍ଵର: ଆମ ଓଡ଼ିଆ ଘରେ ପ୍ରାୟ ଆମେ ମାନେ କଖାରୁ ଫୁଲକୁ ନିଜ ଖାଦ୍ୟରେ ବ୍ୟବହାର କରିଥାଉ । କଖାରୁ ଫୁଲ ଭଜା ବିଶେଷ କରି ସମସ୍ତଙ୍କର ପ୍ରିୟ ଅଟେ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଭାତ ଥାଳି ନିକଟରେ କଖାରୁ ଫୁଲ ଭଜା ଅତି ଖୁସି ରେ ଖାଇ ଥାଆନ୍ତି । କିନ୍ତୁ ଏହି କଖାରୁ ଫୁଲ ରେ କିଛି ଏପରି ତତ୍ତ୍ୱ ରହିଛି ଯାହା ଶରୀର ପାଇଁ ଖୁବ୍ ହିତକର । ଆସନ୍ତୁ ଆଜି ଜାଣିବା କଖାରୁ ଫୁଲର ସ୍ବାସ୍ଥ୍ୟ ଗତ ଲାଭ ବିଷୟରେ ।

କଖାରୁଫୁଲ ଆମ ଶରୀର ପାଇଁ ବେଶ୍ ଉପକାରୀ। ଏଥିରେ ଅନେକ ପ୍ରକାର ଭିଟାମିନ୍ ଭରିରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ଜଣାପଡ଼ିଛି। ‘ରୋଗ ପ୍ରତିରୋଧକ ଶକ୍ତି ଓ କଖାରୁଫୁଲ’ ଶୀର୍ଷକ ବିଷୟ ଉପରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ପ୍ରାୟ ନିୟମିତ କଖାରୁଫୁଲ ଖାଉଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ପୂର୍ବାପେକ୍ଷା ବୃଦ୍ଧି ପାଉଥିଲା ବୋଲି ସେମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

କଖାରୁ ଫୁଲରେ ରହିଛି ଅନେକ ଭିଟାମିନ ଓ ମିନେରାଲ।ଏହି ଫୁଲର ନିୟମିତ ସେବନ ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ।କଖାରୁ ଫୁଲ ଶରୀର ରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।ଏଥିରେ ପ୍ରଚୁର ପରିମାଣରେ ଫାଇବର ଥିବା ହେତୁ ଶରୀରର ହଜମ କ୍ରିୟାରେ ଏହା ସହାୟକ ହୋଇଥାଏ।ସେହିଭଳି ରୂପେ କଖାରୁ ଫୁଲ ହାର୍ଟ ପାଇଁ ମଧ୍ୟ ବେଶ୍ ଉପକାରୀ। କଖାରୁ ଫୁଲ କ୍ୟାନ୍ସର ରୋଗ ପ୍ରତିହତ କରିବାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି।ଏହି ଫୁଲର ନିୟମିତ ବ୍ୟବହାର କ୍ୟାନ୍ସର ସେଲର ବୃଦ୍ଧିକୁ ରୋକି ଥାଏ।ଫଳତଃ କର୍କଟ ରୋଗ ହେବାର ସମ୍ଭାବନା ହ୍ରାସ ପାଇଥାଏ।

ଏହାକୁ ନିୟମିତ ଖାଇବା ଦ୍ୱାରା, ଶରୀରରେ ଭିଟାମିନ୍ ‘ସି’ର ଅଭାବ କେତେକାଂଶରେ ପୂରଣ ହୋଇଯାଏ। ଏହା ଶରୀରରେ ଲୌହ ଓ ଖଣିଜ ଲବଣ ପରିମାଣକୁ ସନ୍ତୁଳିତ ରଖେ। ଏଥିରେ ଥିବା ଭିଟାମିନ୍ ‘ଏ’ ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହା ଶରୀରରେ ଶୁଦ୍ଧ ଅମ୍ଳଜାନ ମଧ୍ୟ ତିଆରି କରିଥାଏ। କଖାରୁଫୁଲ ଅସ୍ଥି ଓ ଦାନ୍ତକୁ ମଜଭୁତ କରିବାରେ ସାହାଯ୍ୟ କରେ।

Leave A Reply

Your email address will not be published.