Latest Odisha News

BREAKING NEWS

୨ଟି ଜେଲରେ ୯ କଏଦୀ କରୋନା ସଂକ୍ରମିତ ଚିହ୍ନଟ

ପାରଳାଖେମୁଣ୍ଡି: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଜେଲରେ ସଂକ୍ରମଣ ଚିହ୍ନଟ ହୋଇଛି । ଗଜପତି ଜିଲ୍ଲାର ୨ଟି ଜେଲରେ ୯ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପାରଳାଖେମୁଣ୍ଡି ଉପ କାରାଗାରର ୩ ଜଣ କଏଦୀ ଓ ଆର.ଉଦୟଗିରି ଉପ କାରାଗାରର ୬ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କରୋନା ପଜିଟିଭ୍ ଚିହ୍ନଟ ପରେ ସେମାନଙ୍କୁ ଜେଲ୍ ପରିସରରେ ଆଇସୋଲେସନ୍ ସେଲରେ ରଖାଯାଇଛି ।

ଗଜପତି ଜିଲ୍ଲାରେ ଏଯାବତ୍ କରୋନାର ୪ ହଜାର ୧୧୧ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ୪ ହଜାର ୫୫ ଜଣ କରୋନାକୁ ମାତ୍ ଦେଇଥିବା ବେଳେ ୩୨ ଜଣଙ୍କ ଜୀବନ ନେଇଛି ମହାମାରୀ । ଏବେ ଜିଲ୍ଲାରେ ୨୩ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି ।

Leave A Reply

Your email address will not be published.