Latest Odisha News

BREAKING NEWS

ଧରାପଡିଲା ମୋବାଇଲ ଲୁଟେରା ଗ୍ୟାଙ୍ଗ, ୧୧ ଗିରଫ

ପୁରୀ: ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ । ଏଥିରେ ୧୧ଜଣଙ୍କୁ ଗିରଫ କରାଯାଇଛି । ଏହାସହ ୨୩ଟି ଚୋରି ହୋଇଥିବା ମୋବାଇଲ ଜବତ କରାଯାଇଛି । ୧୦ ଦିନ ଭିତରେ ଦୁଇଟି ଗ୍ୟାଙ୍ଗକୁ ଧରିଛି ପୋଲିସ ।

ଦ୍ଵିତୀୟ ଗ୍ୟାଙ୍ଗକୁ ବ୍ରହ୍ମଗିରି ଅଞ୍ଚଳରୁ ଗିରଫ କରିଛି ଟାଉନ ଥାନା ପୋଲିସ । ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରାଯିବା ସହ ୬ଟି ମୋବାଇଲ ଜବତ କରାଯାଇଛି । ଗିରଫ ମୋବାଇଲ ଲୁଟେରା ହେଲେ ବ୍ରହ୍ମଗିରି ବନ୍ଧମୁଣ୍ଡାର ବିଭୂତି ଦାସ, ଦୁଃଶା ଭୋଇ, ଆଦିଆ ଭୋଇ ଏବଂ ତଲମାଲ ଗାଁର ଡୋକାମା ସାହୁ ।

Leave A Reply

Your email address will not be published.