Latest Odisha News

BREAKING NEWS

ବିଜାପୁରରେ ବଡ ନକ୍ସଲି ଆକ୍ରମଣ: ୮ ଯବାନ ସହିଦ୍

ବିଜାପୁର: ଛତିଶଗଡ ବିଜାପୁର ଜିଲ୍ଲାରେ ନକ୍ସଲି ଆକ୍ରମଣରେ ୯ ଜଣ ସହିଦ୍ ହୋଇଛନ୍ତି । ଯବାନମାନେ ଅପରେସନ ସାରି ଫେରୁଥିବା ବେଳେ ଆତଙ୍କୀଙ୍କ ଆଇଇଡି ବିସ୍ଫୋରଣ ଫଳରେ ୮ ଜଣ ଡିଷ୍ଟ୍ରିକ୍ ରିଜର୍ଭ ଗାର୍ଡ(ଡିଆରଜି) ଏବଂ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

ତେବେ ଆଜି ସୁରକ୍ଷା ବାହିନୀ ଏକ ଅପରେସନ ସାରି ଫେରୁଥିବା ବାଟରେ ବଦ୍ରି-କୁଟ୍ରୁ ରୋଡ ପାକରେ ନକ୍ସଲମାନେ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ୍ (ଆଇଇଡି) ଖଞ୍ଜିଥିଲେ । ଫଳରେ ସେଇବାଟେ ଯବାନଙ୍କ ଗାଡି ଯିବାମାତ୍ରେ ହିଁ ଗାଡ଼ିଟି ବିସ୍ଫୋରଣ ହୋଇଥିଲା । ଆଉ ସେଥିରେ ଥିବା ୮ ଯବାନଙ୍କ ସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

ତେବେ ଛତିଶଗଡ଼ର ବସ୍ତରରେ ସୁରକ୍ଷା ବାହିନୀଙ୍କ ଏକ ଜଏଣ୍ଟ ଅପରେସନରେ ଏନକାଉଣ୍ଟରରେ ପାଞ୍ଚ ଜଣ ନକ୍ସଲ ନିହତ ହେବାର ଗୋଟିଏ ଦିନ ପରେ ଆଜି କିଛି ଏପରି ଆକ୍ରମଣ  କରଇଚନ୍ହୋତି ନକ୍ସଲ । ଗତ ଶନିବାର ସନ୍ଧ୍ୟାରେ ନାରାୟଣପୁର ଏବଂ ଦାନ୍ତେୱାଡା ଜିଲ୍ଲାର ସୀମାନ୍ତ ଦକ୍ଷିଣ ଆବୁଝମାଦର ଏକ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଏକ ମିଳିତ ଦଳ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ସମୟରେ ଗୁଳିବିନିମୟ ହୋଇଥିଲା। ଆଉ ସେଥିରେ ୫ ଜଣ ନକ୍ସନ ନିହତ ହୋଇଥିଲେ ।

Leave A Reply

Your email address will not be published.