ନବରଙ୍ଗପୁର: ପ୍ଲାଷ୍ଟିକ ଟବରେ ପଡ଼ି ଅକାଳରେ ଚାଲିଗଲା କଅଁଳ ଶିଶୁର ଜୀବନ। ନବରଙ୍ଗପୁର ବଡଡାଇଭଟ୍ଟା ଗାଁ ରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ୯ ମାସର ନିଷ୍ପାପ ଶିଶୁ ପୁତ୍ର ପାଣି ଟବରେ ବୁଡି ମୃତ୍ୟୁ ବରଣ କରିଛି ।
ଛୁଆର ବାପା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି । ଘରେ ଛଅ ବର୍ଷର ବଡ ଝିଅ ଏବଂ ପୁଅ ବାବୁଲା ରହୁଥିଲେ । ହେଲେ ଆଜି ବିଧିର ବିଧାନ କିଛି ଅଲଗା ଥିଲା । ସକାଳୁ ଦୁଇ ଛୁଆଙ୍କୁ ଛାଡି ମା’ ସୁକଦେଇ ଗାଧୋଇବା ପାଇଁ ଯାଇଥିଲେ । ଘରକୁ ଫେରିବା ବେଳକୁ ପ୍ଲାଷ୍ଟିକ ଟବରେ ନିଜର ୯ ମାସର କୁନିପୁଅ ପଡ଼ିଯାଇଥିବା ଦେଖି ଚିତ୍କାର କରିଥିଲେ।
ପାଖ ପୋଡୋଶୀଙ୍କ ସହାୟତାରେ ବାବୁଲାକୁ ଡାକ୍ତରଖାନାକୁ ନିଆଗଲା । ହେଲେ ସେତେବେଳକୁ ବାବୁଲାର ମୃତ୍ୟୁ ହୋଇସାରିଥିଲା । ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରିବାରକୁ ହସ୍ତାନ୍ତର କରାଯିବ । ଅନ୍ୟପଟେ ଖେଳୁଥିବା ସମୟରେ ପିଲାଟି ପ୍ଲାଷ୍ଟିକ ଟବରେ ବୁଡିଯାଇଥିବା ଗାଁ ଲୋକ କହିଛନ୍ତି।
Comments are closed.