Latest Odisha News

BREAKING NEWS

ଦେଖନ୍ତୁ ବିଶ୍ୱର ୯ ଜଣ ସୁନ୍ଦରୀଙ୍କୁ; ଏଥିରେ ଅଛନ୍ତି ଜଣେ ଭାରତୀୟ !

ସୁନ୍ଦର ସାମଗ୍ରୀ ସବୁବେଳେ ସମସ୍ତଙ୍କର ଆଖିରେ ଲାଖି ରହିଥାଏ, ଆଉ ଯଦି ସୁନ୍ଦରୀ ମହିଳାଙ୍କ କଥା କହିବା ତ ଏମାନେ ସବୁବେଳେ ଲୋକଙ୍କ ଆକର୍ଷଣର କେନ୍ଦ୍ରରେ ହିଁ ରହିଥାନ୍ତି । ଆସନ୍ତୁ ନଜର ପକାଇବା ବିଶ୍ୱର ୯ ଜଣ ସବୁଠୁ ସୁନ୍ଦରୀ ମହିଳାଙ୍କ ଉପରେ । ଏହି ସୁନ୍ଦରୀ ମହିଳାମାନେ ନିଜର ସୁନ୍ଦରତା ପାଇଁ ସାରା ପୃଥିବୀରେ ଚର୍ଚ୍ଚାରେ ରହିଛନ୍ତି । ତେବେ କିଏ ଏମାନେ ଆସନ୍ତୁ ଜାଣିବା ।

ବେଲା ହଦିଦ

 

ଆମେରିକାର ଏହି ସୁପର ମଡେଲ ଦୁନିଆର ସବୁଠୁ ସୁନ୍ଦରୀ ମହିଳା ଭାବେ ପରିଚିତ । ବେଲାଙ୍କ ବାପା ଫିଲିପାଇନ୍ସର ଏବଂ ମାଆ ଡଚ୍ ଅଧିବାସୀ । ବେଲାଙ୍କ ଶାରୀରିକ ଗଠନର ତୁଳନା ନାହିଁ ।

ଲୁୁପିତା ନ୍ୟୋଙ୍ଗୋ

୩୬ ବର୍ଷୀ ଲୁୁପିତା ନ୍ୟୋଙ୍ଗୋ ଓସ୍କାର ବିଜେତା ଅଭିନେତ୍ରୀ । ତାଙ୍କ ଅଭିନୟର ଯେମିତି ତୁଳନା ନାହିଁ ସେହିପରି ତାଙ୍କ ସୁନ୍ଦରତା ମଧ୍ୟ ଲକ୍ଷଲକ୍ଷ ଲୋକଙ୍କୁ ଆକୃଷ୍ଟ କରିଥାଏ ।

ଦୀପିକା ପାଦୁକୋନ

ଭାରତର ସବୁଠୁ ଦାମୀ ଅଭିନେତ୍ରୀ ଦୀପିକା ପାଦୁକୋନ ବିଶ୍ୱର ତୃତୀୟ ସବୁଠୁ ସୁନ୍ଦରୀ ମହିଳା । ୨୦୦୭ରେ ଓମ ଶାନ୍ତି ଓମ୍ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଦୀପିକା ୨୦୧୨ ମସିହାରେ ପିପୁଲ୍ସ ପତ୍ରିକା ଦ୍ୱାରା ଭାରତର ସବୁଠୁ ସୁନ୍ଦରୀ ମହିଳା ବିବେଚିତ ହୋଇଥିଲେ । କୁହାଯାଉଛି କି ଦୀପିକାଙ୍କ ହସ ହିଁ ତାଙ୍କ ସୁନ୍ଦରତାକୁ ବହୁଗୁଣିତ କରିଥାଏ ।

ବେୟୋନ୍ସ ନଲେଜ

କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ବେୟୋନ୍ସ ନଲେଜ ନିଜର ସୁନ୍ଦରତା ପାଇଁ ସାରା ଦୁୁନିଆରେ ପରିଚିତ । ପୂର୍ବରୁ ସେ ପିପୁଲ୍ସ ମାଗାଜିତ ଦ୍ୱାରା ବିଶ୍ୱର ସବୁଠୁ ସୁନ୍ଦରୀ ମହିଳା ବିବେଚିତ ହୋଇସାରିଛନ୍ତି ।

ଅମ୍ବର ହର୍ଡ

ଆମେରିକୀୟ ଅଭିନେତ୍ରୀ ତଥା ମଡେଲ ଅମ୍ବର ହର୍ଡ ଦୀର୍ଘ ବର୍ଷ ଧରି ବିଶ୍ୱର ଶ୍ରେଷ୍ଠ ସୁନ୍ଦରୀ ତାଲିକାରେ ରହିଆସିଛନ୍ତି । ନୀଳ ଆଖି ବିଶିଷ୍ଟ ଏହି ଅଭିନେତ୍ରୀ ସାରା ବିଶ୍ୱର କୋଟି କୋଟି ଲୋକଙ୍କୁ ପାଗଳ କରିଛନ୍ତି ।

ପିୟା ୱର୍ତଜବେକ୍

ଫିଲିପାଇନ୍ସ-ଜର୍ମାନୀ ମଡେଲ ପିୟା ୱର୍ତଜବେକ୍ ଜଣେ ଅଭିନେତ୍ରୀ ଏବଂ ବ୍ୟୁଟିକ୍ୱିନ ଭାବେ ପରିଚିତ । ୨୦୧୫ ଡିସେମ୍ବର ୨୦ରେ ସେ ମିସ୍ ୟୁନିଭର୍ସ ତାଜ୍ ପିନ୍ଧିଥିଲେ ।

ଏରିଆନା ଗ୍ରାଣ୍ଡେ

ନିଜର ଆକର୍ଷଣୀୟ ଫିଗର ପାଇଁ ପରିଚିତ ଏରିଆନା ଗ୍ରାଣ୍ଡେ ।

ଗିଗି ହଦିଦ

 

ବିଶ୍ୱର ସର୍ବଶ୍ରେଷ୍ଠ ସୁନ୍ଦରୀ ବେଲା ହଦିଦଙ୍କ ଭଉଣୀ ହେଉଛନ୍ତି ଗିଗି ହଦିଦ । ନୀଳ ଆଖି ବିଶିଷ୍ଟ ଗିଗି ମଧ୍ୟ ଭଉଣୀଙ୍କ ପରି ନିଜର ସୁନ୍ଦରତା ପାଇଁ ସାରା ବିଶ୍ୱରେ ପରିଚିତ ।

କ୍ୟାଟ୍ରିଓନା ଗ୍ରେ

ଫିଲିପାଇନ୍ସ-ଅଷ୍ଟ୍ରେଲିଆ ମଡେଲ କ୍ୟାଟ୍ରିଓନା ଗ୍ରେ ନିଜର ଆକର୍ଷଣୀୟ ଚାହାଣି ପାଇଁ ସାରା ବିଶ୍ୱରେ ପରିଚିତ । ତାଙ୍କର ଶରୀର ଗଠନ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ।

Leave A Reply

Your email address will not be published.