Latest Odisha News

BREAKING NEWS

ନାରୀ ସୁରକ୍ଷା ଦିଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ

ଚଣ୍ଡିଗଡ଼: ଦେଶରେ ପ୍ରାୟତଃ ସମସ୍ତ ସ୍ଥାନ ଦିନକୁ ଦିନ ମହିଳାମାନଙ୍କ ପାଇଁ ଅସୁରକ୍ଷିତ ହେବାରେ ଲାଗିଛି । ନାରୀ ନିର୍ଯ୍ୟାତନା ତଥା ଦୁଷ୍କର୍ମ ଘଟଣା ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି ।

ଏଭଳି କ୍ଷେତ୍ରରେ ପଞ୍ଜାବ ସରକାର ନାରୀଙ୍କ ସୁରକ୍ଷା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ରାତି ୯ଟାରୁ ସକାଳ ୬ଟା ସମୟ ମଧ୍ୟରେ ବାହାରେ ରହିଯାଇଥିବା ମହିଳାଙ୍କୁ ପୁଲିସ ସହାୟତାରେ ଗାଡ଼ି ଯୋଗେ ମାଗଣାରେ ଘରେ ପହଞ୍ଚାଇ ଦିଆଯିବ ବୋଲି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି।

ଟ୍ୟାକ୍ସି ଏବଂ ତିନିଚକିଆ ଯାନ ପରି ନିରାପଦ ଯାନ ପାଉ ନଥିବା ମହିଳାମାନଙ୍କ ନିମନ୍ତେ ଏହି ସୁବିଧା ଯୋଗାଇ ଦିଆଯିବ।
ପୁଲିସ ଗାଡ଼ିରେ ଯାତ୍ରା କରିବା ସମୟରେ ଫୋନ୍‌ କରିଥିବା ମହିଳାଙ୍କୁ ସମ୍ପୂର୍ଣ୍ଣ ନିରାପତ୍ତା ଦେବା ନିମନ୍ତେ ଜଣେ ମହିଳା ପୁଲିସ ଅଧିକାରୀ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

କେବଳ ଏହି କାମ ପାଇଁ କମିସନ୍‌ରେଟ୍‌ସ୍‌, ମୋହାଲି, ପାଟିଆଲା ଏବଂ ବଥିଣ୍ଡା ଓ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ସ୍ୱତନ୍ତ୍ର ପିସିଆର୍‌ ଗାଡ଼ି ରହିବ ବୋଲି ଡିଜିପି କହିଛନ୍ତି।

ସମଗ୍ର ରାଜ୍ୟରେ ମିଳିବାକୁ ଥିବା ଏହି ସୁବିଧା ୧୦୦, ୧୧୨ ଏବଂ ୧୮୧ ନମ୍ବରରେ ଉପଲବ୍ଧ ହେବ। ଏହି ନମ୍ବର ଜରିଆରେ ଫୋନ୍‌ କରୁଥିବା ମହିଳାଙ୍କୁ ତୁରନ୍ତ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ ସହ ଯୋଗାଯୋଗ କରାଇଦିଆଯିବ। ସମଗ୍ର ରାଜ୍ୟରେ ଏହି ସୁବିଧା ପ୍ରଚଳନ କରାଇବାକୁ ମୁଖ୍ୟମନ୍ତ୍ରୀ ପୁଲିସ ମହାନିର୍ଦେଶକଙ୍କୁ ଦିନକର ନିର୍ଦ୍ଦେଶ ଦେଇଛନ୍ତି।

ହାଇଦ୍ରାବାଦର ଗଣଦୁଷ୍କର୍ମ ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କର ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ ହୋଇଥିବା ବେଳେ, ଦେଶର ଅନ୍ୟ ରାଜ୍ୟ ଗୁଡିକ ମହିଳାଙ୍କ ସୁରକ୍ଷା ପାଇଁ ଏଭଳି ଢଙ୍ଗରେ ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି ।

Leave A Reply

Your email address will not be published.