Latest Odisha News

BREAKING NEWS

୯ ଜଣଙ୍କ ଉପରେ ଚଢ଼ିଗଲା ଡମ୍ପର: ୩ ମୃତ

ମୁମ୍ବାଇ: ୯ ଜଣଙ୍କ ଉପରେ ଚଢ଼ିଗଲା ଡମ୍ପର। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ରାସ୍ତାକଡ଼ ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଚଢ଼ିଗଲା ଡମ୍ପର। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ୱାଘୋଲି ଛକ ନିକଟରେ।

ସୂଚନା ଅନୁସାରେ ୱାଘୋଲି ଛକ ନିକଟ ଫୁଟ୍‌ପାଥ୍‌ରେ ଶୋଇଥିଲେ ୯ ଜଣ। ଏଥିରେ ୨ ଶିଶୁ ସାମିଲ ଥିଲେ। ହଠାତ୍ ସେମାନଙ୍କ ଉପରେ ଚଢ଼ିଗଲା ଡମ୍ପର। ଫଳରେ ଘଟଣାସ୍ଥଳରେ ୨ ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଗୁରୁତର ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତାହତ ସମସ୍ତେ ଶ୍ରମିକ ଥିବା ଜଣାପଡିଛି।

ସମସ୍ତେ ଅମରାବତୀରୁ ଆସିଥିଲେ। ଅନ୍ୟପଟେ ମଦ୍ୟପ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ପୁଣେ ପୋଲିସ। ରାତି ପ୍ରାୟ ସାଢେ ୧୨ଟା ବେଳେ ୱାଘୋଲି କେସନନ୍ଦ ଫାଟାରେ ଥାନା ସମ୍ମୁଖରେ ଏହି ଘଟଣା ଘଟିଥିଲା।

Comments are closed.