ନୂଆଦିଲ୍ଲୀ: ଡିସେମ୍ବର ୧୬ରେ ହେବାକୁ ଥିବା ଆଇପିଏଲ ନିଲାମ ପୂର୍ବରୁ ବିସିସିଆଇ ହଠାତ ୯ଜଣ ଖେଳାଳିଙ୍କୁ ତାଲିକାରୁ ବାଦ ଦେଇଛି । ପୂର୍ବରୁ ୩୫୦ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଏହା ପରେ କିଛି ଖେଳାଳିଙ୍କୁ ବିସିସିଆଇ ପରେ ସାମଲ କରିଥିଲେ ମଧ୍ୟ ଏବେ ସେମାନଙ୍କୁ ବାଦ ଦେଇଛି । ଏମାନଙ୍କ ମଧ୍ୟରେ ବିରାଟ ସିଂ, ମଣି ଶଙ୍କର ମୂରାସିଂଙ୍କ ପରି ପ୍ରତିଭାବାନ ଖେଳାଳି ରହିଛନ୍ତି । କ୍ରିକନେକ୍ସଟ ରିପୋର୍ଟ ଅନୁସାରେ ଭାରତର ୬ ଓ ୩ ବିଦେଶୀ କ୍ରିକେଟ ଏହି ତାଲିକାରେ ରହିଛନ୍ତି ।
ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିରାଟ ସିଂ, ସ୍ୱସ୍ତିକ ଚିକାରା, ମଣି ଶଙ୍କର ମୂରାସିଂ, ଚାମା ମିଲିନ୍ଦ, କେଏଲ ଶ୍ରୀଜିତ, ରାହୁଲ ରାଜ ନମାଲା ଏବଂ ବିଦେଶୀ ଖେଳାଳିଙ୍କ ମଧ୍ୟରେ ବୀରେନଦୀପ ସିଂ (ମାଲେସିଆ), କ୍ରିମ ଗ୍ରୀନ(ଅଷ୍ଟ୍ରେଲିଆ) ଓ ଇଥନ ବଶ(ଦକ୍ଷିଣ ଆଫ୍ରିକା) ରହିଛନ୍ତି । ସମସ୍ତ ୩୫୦ ଖେଳାଳିଙ୍କ ମଧ୍ୟରୁ ୭୭ ଖେଳାଳିଙ୍କ ସ୍ଲଟ ଭରଣା ହେବ । ବିସିସିଆଇ ନିୟମ ଅନୁସାରେ ଗୋଟିଏ ଫ୍ରାଂଚାଇଜ ଅତି କମରେ ୧୮ ଏବଂ ଅଧିକରେ ୨୫ ଖେଳାଳିଙ୍କୁ ଦଳରେ ନେଇପାରିବ । ତେବେ ଖେଳାଳିମାନଙ୍କୁ ହଠାତ ନିଲାମ ପ୍ରକ୍ରିୟାରୁ କଣ ପାଇଁ ବାଦ ଦେଲେ ତାହାର କାରଣ ଜଣା ପଡି ନାହିଁ ।