ସୁବର୍ଣ୍ଣପୁର: ତରଭା ପୋଲିସକୁ ବଡ଼ ସଫଳତା। ଗଞ୍ଜେଇ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ। ତରଭା ଥାନା ମେଣ୍ଢା ନିକଟରେ ଚାଲାଣ ବେଳେ ଗାଡ଼ି ଜବତ। ଗାଡ଼ିରୁ ୯ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ କୋଟି ଟଙ୍କା ହେବ। ଘଟଣାରେ ୪ ଜଣଙ୍କୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, କଣ୍ଟାମାଲ ପଟରୁ ଏକ ପିକଅପ୍ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହ କରି ତରଭା ପୋଲିସ ପିଛା କରିବା ସହ ମେଣ୍ଡା ଫାଣ୍ଡିକୁ ଖବର ଦେଇଥିଲା। ମେଣ୍ଡା ଓ ତରଭା ପୋଲିସ ମିଳିତ ସହଯୋଗରେ ଗଞ୍ଜେଇ ଗାଡିକୁ ପିଛା କରି ରାଣିସର୍ଡା ଛକ ନିକଟରେ କାବୁ କରିଥିଲେ।
ଭ୍ୟାନ୍ରୁ ୯ କ୍ଵିଣ୍ଟାଲ ୩୦ କିଲୋ ଓଜନର ୯୩୦ ପ୍ୟାକେଟ୍ ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୯ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହା ପଛରେ ଏକ ବଡ଼ ରାକେଟ୍ ଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।
Comments are closed.